୫୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ଆସାମର କଚ୍ଚର ଏବଂ ମିଜୋରାମର କୋଲାଶିବ ଜିଲ୍ଳାରେ ଏହି ସୀମା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି । ଉଭୟ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ଏହି ଉପଦ୍ରବରେ ସାମିଲ ଥିବା ବେଳେ ସୁରକ୍ଷା ବଳ ସହିତ ସେମାନଙ୍କର ସଂଘର୍ଷ ହୋଇଛି । ଏଥିରେ ଉପଦ୍ରବୀ ମାନଙ୍କ ଗୁଳିରେ ଆସାମର ୬ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଆସାମ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟ ସୀମାରେ ଏଭଳି ସ୍ଥିତିକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟ୍ବିଟର ଓ୍ବାର ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ବିବାଦକୁ ଯଥାଶୀଘ୍ର ସମାଧାନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ଦୁଇ ରାଜ୍ୟ ସୀମାରେ ଶାନ୍ତି ପ୍ରତିଷ୍ଠା ନେଇ ସହମତି ହୋଇଥିବା ସୂଚନା ମିଳିଛି ।