ବିହାରର ନବାଦା ଜିଲ୍ଲାର ଆକବରପୁର ଥାନା କ୍ଷେତ୍ରରେ ଚାତର ଗାଁରେ ଏହି ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି ସାଧୁ ବେଶରେ ବୁଲି ବୁଲି ଭିକ୍ଷା ମାଗୁଥିଲା । ଗାଁ ଲୋକ ମାନଙ୍କର ସନ୍ଦେହ ହେବାକୁ ସେମାନେ ତାକୁ ପଚରା ଉଚୁରା କଲେ । ପଚରା ଉଚୁରା ବେଳେ ତା ମୁହଁରୁ ଇସଲାମୀ ଶବ୍ଦ ବାହାରିବାରୁ ଲୋକ ମାନଙ୍କ ସନ୍ଦେହ ବଢି ଯାଇଥିଲା । ଏହା ପରେ ସେମାନେ ତାକୁ ଅଧିକ ପଚରା ଉଚୁରା କରିବାରୁ ସେ ନିଜକୁ ମୁସଲମାନ ବୋଲି କହିବା ସହ ତା ସହ ଆହୁରି ଲୋକ ରହିଥିବା ମଧ୍ୟ ସ୍ବୀକାର କରିଥିଲା । ଏହା ପରେ ଗାଁ ଲୋକ ମାନେ ଗୋଟିଏ ପରେ ଗୋଟିଏ କରି ମୋଟ 6 ଜଣଙ୍କୁ ଧରିଥିଲେ ।
ସୋସିଆଲ ମିଡିଆରେ ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଧରା ପଡିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଉତ୍ତର ପ୍ରଦେଶର ମୁସଲମାନ ବୋଲି କହୁଛି । ସେ ତା ସହ 15- 20 ଜଣ ଥିବା ମଧ୍ୟ ଦାବି କରୁଛି । ଧରା ପଡିଥିବା ବ୍ୟକ୍ତି ମାନେ କଲିମ ଅହମଦ, ରଶିଦ, ନବାବ ଅଲୀ, ଅମଜାଦ ଖାନ, ସୁଭାନ ଅଲି ବୋଲି ଜଣା ପଡିଛି । ଅଭିଯୁକ୍ତ ମାନଙ୍କୁ ଗାଁ ଲୋକ ମାନେ ବିଭିନ୍ନ ସ୍ଥାନରୁ ଧରିଛନ୍ତି ।
ସେମାନଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ସେମାନଙ୍କ ଠାରୁ ଛୁରୀ ମଧ୍ୟ ମିଳିଛି । ଗାଁ ଲୋକ ମାନଙ୍କ କହିବା ଅନୁସାରେ ଏହି ଲୋକ ମାନେ ବେଶ ବଦଳାଇ ଚୋରୀ, ଲୁଟ ଆଦି ଘଟଣା ମାନ କରିଥାନ୍ତି ।ଏ ସମ୍ପର୍କରେ ସ୍ଥାନୀୟ ଏସପି ଅମ୍ବରୀଶ ରାହୁଲ କହିଛନ୍ତି ଯେ ଏହି ଗାଁରେ ଗେରୁଆ ବସ୍ତ୍ର ପିନ୍ଧି ଥିଲେ । ଏମାନେ ସମସ୍ତେ ମୁସଲମାନ । ସ୍ଥାନୀୟ ଲୋକ ମାନଙ୍କର ଏମାନଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ତାଙ୍କୁ ଅଟକ ରଖିଥିଲେ । ପୋଲିସକୁ ସୂଚନା ମିଳିବା ପରେ ଆକବପୁର ଥାନା ପୋଲିସ ସେଠାକୁ ପହଂଚିଥିଲା । ପୋଲିସ ସେମାନଙ୍କୁ ପଚରାଉଚୁରା କରୁଥିବା ସେ ସୂଚନା ଦେଇଛନ୍ତି ।