ଏହି ଘଟଣା ପରେ ବଙ୍ଗଳାଦେଶ ପରି ଇସଲାମୀ ଦେଶରେ ହିନ୍ଦୁ ମାନଙ୍କର ସ୍ଥିତିକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଏହି ମାମଲାରେ ପୋଲିସରେ ସୂଚନା ଦିଆଯିବା ପରେ ପୋଲିସ ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୋହନଗଂଜ ନିକଟରେ ନାରାଇଚ ଗାଁର ପିଲା ମାନେ ନାରାଇଚ ଗ୍ରାମ ଯୁବକ ସଂଘ ପକ୍ଷରୁ ସରସ୍ୱତୀ ପୂଜା ପାଳନ କରୁଥିଲେ । ଏହି ପୂଜା ମେଢରେ ଇସଲାମୀ କଟ୍ଚରପନ୍ଥୀ ମାନେ ଆକ୍ରମଣ କରିଛନ୍ତି ।
ନାରାଇଚ ଗ୍ରାମ ଯୁବକ ସଂଘର ଜଣେ ପଦାଧିକାରୀ ଅନ୍ତର ସରକାର ବଙ୍ଗଳାଦେଶର ମିଡିଆକୁ କହିଛନ୍ତି ଯେ ତାଙ୍କ ଗାଁରେ ଯୁବକ ମାନେ ପୂଜା କରୁଥିଲେ । ରାତ୍ରୀ ପ୍ରାୟ ସାଢେ 9ଟାରେ କିଛି ଇସଲାମୀ କଟ୍ଟରପନ୍ଛୀ ପୂଜା ମେଢ ନିକଟକୁ ପହଂଚିଥିଲେ । ସେତେବେଳେ ପୂଜା ମେଢରେ ପୂଜା ଚାଲିଥିଲା । ଇସଲାମୀ କଟ୍ଟରପନ୍ଥୀ ମାନେ ସେଠାରେ ପହଂଚି ପୂଜାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।
ସେମାନେ ପୂଜାର ଫଟୋ ଓ ଭିଡିଓ ଶୁଟିଂ କରିବାକୁ ଲାଗିଲେ । ସେଠାରେ ଥିବା ପୂଜା କମିଟିର ଲୋକ ମାନେ ତାଙ୍କୁ ଏପରି ନ କରିବାକୁ କହିଥିଲେ । ଏହା ପରେ ସେମାନେ ପୂଜା ମେଢକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ । ସେମାନେ ମା ସରସ୍ୱତୀଙ୍କ ମୂର୍ତିକୁ ଭାଙ୍ଗି ଦେଇଥିଲେ । ଇସଲାମୀ କଟ୍ଟରପନ୍ଥୀ ମାନଙ୍କ ଆକ୍ରମଣରେ ଦୁଇ ଜଣ ହିନ୍ଦୁ ହୃଦୟ ବିଶ୍ବାସ ଓ ଶୟନ ସରକାର ଗୁରୁତକ ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ମୋହନଗଂଜ ସ୍ଥିତ ଉପ ଜିଲ୍ଲା ହସପିଟାଲରେ ଭର୍ତି କରାଯାଇଛି ।
ପୂଜା କମିଟିର ସଦସ୍ୟ ରୁବେଲ ସରକାର ମୋହନଗଂଜ ଥାନା ରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାର ଜାଂଚ କରି ଏବେ ସୁଦ୍ଧା 6 ଜଣ ଇସଲାମୀ କଟ୍ଟରପନ୍ଥୀ ମାନଙ୍କୁ ଗିରଫ କରିଛି । ଏମାନେ ହେଲେ ଅନନ ମିୟାଁ, ନିଶାଦ, ଫାରୁକ ମିୟାଁ, ସବିକୁଲ ମିୟାଁ, ମୁନ୍ନା ଖାନ ଓ ଅପୁ ମିୟାଁ । ଏମାନେ ସମସ୍ତେ ପାଖ ଗାଁ ହଟନେୟାର ବୋଲି ପୋଲିସ କହିଛି । ଏହି ମାମଲାର କିଛି ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ପୋଲିସ ଖୋଜୁଛି । ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହେଉ ବା ହିନ୍ଦୁ ଦେବାଦେବୀ ମାନଙ୍କ ପ୍ରତିମୂର୍ତି ଭାଙ୍ଗିବା କିଛି ନୂଆ କଥା ନୁହେଁ । ସେଠାରୁ ଏଭଳି ଖବର ବାରମ୍ବାର ଆସିଥାଏ । 2022 ମସିହାରେ ବଙ୍ଗଳାଦେଶରେ ମୋଟ 154 ଜଣ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ବଙ୍ଗଳାଦେଶର ହିନ୍ଦୁ ଗ୍ରାଣ୍ଡ ଆଲାୟାନ୍ସ ପକ୍ଷରୁ ସୂଚନା ଦିଆ ଯାଇଥିଲା ।