ପୂର୍ବରୁ ଜୁଲାଇ ୩, ୨୦୨୧ରେ ଜେଇଇ ଆଡଭାନ୍ସଡ ପରୀକ୍ଷା ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ସ୍ଥଗିତ କରାଯାଇଥିଲା । ମହାମାରୀ ଯୋଗୁଁ ଜେଇଇ ଆଡଭାନ୍ସ ୨୦୨୧ରେ କିଛି ପରିବର୍ତ୍ତନ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଜେଇଇ ୨୦୨୦ ଆଡଭାନ୍ସଡ କ୍ବାଲିଫାଇ କରିଛନ୍ତି କିନ୍ତୁ କରୋନା ପାଇଁ ଅନୁପିସ୍ଥିତ ରହିଥିଲେ ସେମାନେ ଜେଇଇ ଆଡଭାନ୍ସଡ ୨୦୨୧ରେ ସିଧା ପ୍ରବେଶ କରିପାରିବେ।
ଅକ୍ଟୋବର ୩ ରେ ଜେଇଇ ଆଡଭାନ୍ସଡ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସଡ ପାଇଁ ତାରିଖ ଘୋଷଣା। ଆସନ୍ତା ଅକ୍ଟୋବର ୩ ତାରିଖରେ ପରୀକ୍ଷା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। IITରେ ଆଡମିଶନ ପାଇଁ କୋଭିଡ କଟକଣା ଭିତରେ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା।
Download Argus News App
