କେନ୍ଦ୍ରୀୟ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଗାମୀ ବର୍ଷ ନୂଆ ଟୋଲ ନୀତି ଜାରୀ କରିବାକୁ ଯାଉଛି । ଏହି ନୂଆ ଟୋଲ ନୀତିରେ ଜିପିଏସ ଆଧାରିତ ଟୋଲ ପ୍ରଣାଳୀ ସହିତ ବାହନର ଆକାର- ପ୍ରକାର ଓ ରାସ୍ତା ଉପରେ ପଡିବାକୁ ଥିବା ପ୍ରଭାବ ଆଧାରରେ ଟୋଲ ଶୁଳ୍କ ନିର୍ଧାରଣ କରାଯାଇ ପାରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗାଡିର ଆକାର ଦେଖି ଟୋଲ ଶୁଳ୍କ ନିଆଯିବାର ବିଚାର ବର୍ତମାନ ଚାଲୁଥିବା ପ୍ରଣାଳୀ ଠାରୁ ଅଲଗା ହେବ କାରଣ ବର୍ତମାନ ଟୋଲ ଆଦାୟ ନିର୍ଦିଷ୍ଟ ଦୂରତ୍ୱ ଆଧାରିତ ରହିଛି । ଏହି ପରିବର୍ତନ ପରେ ଟୋଲ ଆଦାୟର ଆଧାର ହାଇୱେରେ ନେଇଥିବା ବାସ୍ତବିକ ସମୟ ଓ ଦୂରତ୍ବ ଆଧାରରେ ସ୍ଥିର ହେବ ।
ବାହନ ଗୁଡିକର ଆକାର ଆଧାରରେ ଟୋଲ ଶୁଳ୍କ ଆଦାୟ ପଛର ଉଦ୍ଦେଶ୍ୟ ହେଲା ଯେ ଏହାର ଗଣନା କେଉଁ ବାହନ ହାଇୱରେ କେତେ ସ୍ଥାନ ଘେରୁଛି ଓ ଉକ୍ତ ବାହନ ଦ୍ୱାରା ରାସ୍ତା ଉପରେ କେତେ ଚାପ ପଡୁଛି ।ରାସ୍ତା ଖରାପ ହେବାର ମୂଳ କାରଣ ହେଲା ବାହନ ଗୁଡିକ ଦ୍ୱାରା ପଡୁଥିବା ବୋଝ । ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସରକାରୀ ଭାବେ ଯଦିଓ କିଛି କୁହାଯାଇ ନାହିଁ ତେବେ ଆଇଆଇଟି ବିଏଚୟୁ ର ସଡକ ପରିବହନ ବିଭାଗର ପ୍ରଫେସର ଡ. ଅଙ୍କିତ ଗୁପ୍ତା କହିଛନ୍ତି ଯେ କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଆଇଆଇଟି ବିଏଚୟୁକୁ ପାସେଂଜର କାର ୟୁନିଟ ବା ପିସିୟୁ ପ୍ରସ୍ତୁତ କରିବାକୁ ପ୍ରଜେକ୍ଟ ମିଳିଛି ।
ଏହି ପ୍ରକଳ୍ପରେ କାର ଦ୍ୱାରା ରାସ୍ତା ଉପରେ ପଡୁଥିବା ଲୋଡର ଆକଳନ କରିବାକୁ କୁହାଯାଇଛି । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ସେମାନେ ଏହି ପ୍ରକଳ୍ପରେ କାମ ଆରମ୍ଭ କରାଯାଇ ନାହିଁ । ଖୁବ ଶୀଘ୍ର ଏହି ପ୍ରଜେକ୍ଟରେ କାମ ଆରମ୍ଭ କରାଯାଇ ରିପୋର୍ଟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।