ଏଥିରେ ଆଡ୍ଜଷ୍ଟେବଲ୍ ରେକଲାଇନର୍ସ ଦିଆଯାଇଛି। ଭବିଷ୍ୟତ ଟେକ୍ନୋଲୋଜି ଆଧାରିତ ଏହି ବେଡ୍ରେ ଶୂନ୍ୟ ମାଧ୍ୟାକର୍ଷଣ ଭଳି ଅନେକ ମୋଡ୍ ରହିଛି। ଏହି ବେଡ୍ରେ ଆପଣ ଅଚିନ୍ତାରେ ଶୋଇପାରିବେ। କୌଣସି ପ୍ରକାରର ଭାରିପଣ ଅନୁଭୂତ ହେବ ନାହି। ଘୁଙ୍ଗୁଡି ବିରୋଧୀ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ରହିଛି। ଏହା ଆପଣଙ୍କ ଘୁଙ୍ଗଡି କମ୍ କରିବାରେ ସହାୟକ ହେବ।
ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନରେ ମଧ୍ୟ ସୁଧାର ଆସିବ। ବିଭିନ୍ନ ପ୍ରକାର କାର୍ଯ୍ୟଦକ୍ଷତା ସହିତ ଏହା ଉପଲବ୍ଧ ହେଉଛି। ସବୁଠୁ ଖାସ୍ କଥା ହେଉଛି ଏ ପ୍ରକାର ଖଟ ପ୍ରାୟ ୫ବର୍ଷ ର ଓ୍ୱାରେଣ୍ଟି ସହିତ ମିଳୁଛି।୨ବର୍ଷର ମୋଟର ଓ ବର୍ଷକର ଓ୍ୱେୟାରଲେସ୍ ରିମୋଟ୍ ଓ୍ୱାରେଣ୍ଟି ସହ ଏହି ସ୍ମାର୍ଟ ବେଡ୍ ଆସିଛି। ଆମାଜନ୍ ଭଳି ଅନ୍ଲାଇନ୍ ପ୍ଲାଟଫର୍ମରେ ବିଭିନ୍ନ କମ୍ପାନିର ସ୍ମାର୍ଟ ଖଟ ମିଳୁଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।