ବିଶେଷ କରି ପୁରୁଷମାନେ ଅଧିକ ଘଙ୍ଗୁଡି ମାରିଥାନ୍ତି। ତେବେ ଘୁଙ୍ଗୁଡି ମାରୁଥିବା ଲୋକଜଣଙ୍କ ଜାଣିନଥାନ୍ତି ଯେ ସେ ଘୁଙ୍ଗୁଡି ମାରୁଛନ୍ତି। ଆଉ ଘୁଙ୍ଗୁଡିକୁ ନିୟନ୍ତ୍ରଣ କରିବା ବ୍ୟକ୍ତଙ୍କ ପାଖେ ନଥାଏ। କିନ୍ତୁ ସ୍ମାର୍ଟ ଖଟ ଆପଣଙ୍କ ଘୁଙ୍ଗୁଡିକୁ ନିୟନ୍ତ୍ରଣ କରିବ । ଖାଲି ଏତିକି ନୁହେଁ ସ୍ମାର୍ଟ ବେଡ୍ ଆପଣଙ୍କୁ ଠିକ୍ ସମୟରେ ଉଠାଇବା ସହିତ ଅନେକ ପ୍ରକାର କାମ କରିଥାଏ। ଏଥିରେ ଆଡ୍ଜଷ୍ଟେବଲ୍ ରେକଲାଇନର୍ସ ଦିଆଯାଇଛି। ଭବିଷ୍ୟତ ଟେକ୍ନୋଲୋଜି ଆଧାରିତ ଏହି ବେଡ୍ରେ ଶୂନ୍ୟ ମାଧ୍ୟାକର୍ଷଣ ଭଳି ଅନେକ ମୋଡ୍ ରହିଛି।
ଏହି ବେଡ୍ରେ ଆପଣ ଅଚିନ୍ତାରେ ଶୋଇପାରିବେ। କୌଣସି ପ୍ରକାରର ଭାରିପଣ ଅନୁଭୂତ ହେବ ନାହି। ଘୁଙ୍ଗୁଡି ବିରୋଧୀ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ରହିଛି। ଏହା ଆପଣଙ୍କ ଘୁଙ୍ଗଡି କମ୍ କରିବାରେ ସହାୟକ ହେବ। ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନରେ ମଧ୍ୟ ସୁଧାର ଆସିବ। ବିଭିନ୍ନ ପ୍ରକାର କାର୍ଯ୍ୟଦକ୍ଷତା ସହିତ ଏହା ଉପଲବ୍ଧ ହେଉଛି।
ସବୁଠୁ ଖାସ୍ କଥା ହେଉଛି ଏ ପ୍ରକାର ଖଟ ପ୍ରାୟ ୫ବର୍ଷ ର ଓ୍ୱାରେଣ୍ଟି ସହିତ ମିଳୁଛି। ୨ବର୍ଷର ମୋଟର ଓ ବର୍ଷକର ଓ୍ୱେୟାରଲେସ୍ ରିମୋଟ୍ ଓ୍ୱାରେଣ୍ଟି ସହ ଏହି ସ୍ମାର୍ଟ ବେଡ୍ ଆସିଛି। ଆମାଜନ୍ ଭଳି ଅନ୍ଲାଇନ୍ ପ୍ଲାଟଫର୍ମରେ ବିଭିନ୍ନ କମ୍ପାନିର ସ୍ମାର୍ଟ ଖଟ ମିଳୁଛି। ଏବେ ଆଉ ଘୁଙ୍ଗୁଡି ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଘୁଙ୍ଗଡିକୁ ସ୍ମାର୍ଟ ବେଟ୍ କରିବ ନିୟନ୍ତ୍ରଣ। ଏହି ବେଡ୍ ଖୁବ୍ କମ୍ ସମୟରେ ବେଶ୍ ଲୋକପ୍ରିୟ ହୋଇପାରିଛି।