କଂଗ୍ରେସ ଦଳ ବିଶେଷ ଭାବେ ମୁସଲମାନ ମାନଙ୍କୁ ଭୟ ଦେଖାଇ ସେମାନଙ୍କୁ ଅଲଗା କରି ରଖିବାକୁ ବାରମ୍ବାର ଚେଷ୍ଟା କରି ଆସିଛି । ଆଗାମୀ ଦିନରେ ରାଷ୍ଟ୍ରୀୟ ୱକଫ ବିକାଶ ନିଗମ ଲିମିଟେଡକୁ ଭଙ୍ଗ କରାଯିବ କି ବୋଲି ସ୍ମୃତି ଇରାନୀଙ୍କୁ ଯେତେବେଳେ ପଚାରା ଯାଇଥିଲା ସେତେବେଳେ ଏହାର ଉତ୍ତରରେ ସେ କହିଥିଲେ ଯେ ଏହାର ସ୍ଥାପନା ମନମୋହନ ସିଂହ ଶାସନ କାଳରେ ହୋଇଥିଲା । 2014 ମସିହା ସାଧାରଣ ନିର୍ବାଚନର ଠିକ ପୂର୍ବରୁ ମନମୋହନ ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଏହାର ପ୍ରତିଷ୍ଠା କରିଥିଲେ । ରାଷ୍ଟ୍ରୀୟ ୱକଫ ବିକାଶ ନିଗମ ଲିମିଟେଡ ଦେଶର ଏକାମାତ୍ର ସେକ୍ସନ 15 କମ୍ପାନୀ ଯାହାକୁ ଟ୍ୟାକ୍ସ ପେୟର ମାନଙ୍କର ଅର୍ଥ ହାସଲ କରିବାକୁ ଅଧିକାର ପ୍ରଦାନ କରାଯାଇଛି । କର ଦାତାଙ୍କ ଅର୍ଥରେ ସେ ୱକଫର ସମ୍ପତି ଗୁଡିକର ବିକାଶ ଓ ଦେଖାଶୁଣା କରି ପାରିବ । ଦେଶରେ ଅନ୍ୟ କୌଣସି ସଂସ୍ଥା ସେକ୍ସନ 25 ସଂସ୍ଥା ନାହିଁ, ଯିଏ ଟ୍ୟାକ୍ସ ପେୟର ମାନଙ୍କର ଅର୍ଥ ର ବ୍ୟବହାର କୌଣସି ଖାସ ରିଲିଜିୟନର ସମ୍ପତିର ଦେଖାଶୁଣା କରି ପାରିବ ।
ସେ ଆହୁରି କହିଛନ୍ତି ଯେ ଆମେ ସମସ୍ତେ ଜାଣିଛେ ଏଭଳି କାର୍ଯ୍ୟକ୍ରମରେ ପ୍ରଶାସନିକ ନିଷ୍ପତି ନିଆଯାଏ ନାହିଁ । କିନ୍ତୁ ମୁଁ ଆପଣଙ୍କୁ ଦୃଢତାର ସହ କହୁଛି ଯେ ଯଦି କୌଣସି କାରଣରୁ ଦେଶରେ ଅନ୍ୟ ଧର୍ମ ମାନୁଥିବା ଲୋକ ମାନଙ୍କ ସହ ଭେଦଭାବ ହେବ ତେବେ ଆମେ ତାକୁ ନିଷ୍କ୍ରିୟ କରିବାର କାମ କରିବୁ । ଆମେ ସମାନତା ସ୍ଥାପିତ କରିବୁ । ସେ ଆହୁରି କହିଛନ୍ତି ଯେ ମୁଁ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ ସମସ୍ତେ ଭାରତୀୟ ଆଇନ ଦୃଷ୍ଟିରେ ସମାନ । ସ୍ମୃତି ଇରାନୀ ଆହୁରି କହିଛନ୍ତି ଯେ କଂଗ୍ରେସ ସର୍ବଦା ଏହି ଦେଶରେ ଧର୍ମ ନାମରେ ରାଜନୀତି କରି ଆସିଛି । ଯଦି କଂଗ୍ରେସର ଏଭଳି ନିଷ୍ପତି ଉପରେ ଭାରତର ଜନସାଧାରଣ ଖୁସି ହେଉଥାନ୍ତେ ତେବେ ଲୋକ ମାନେ କେବେ ହେଲେ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରି ନ ଥାନ୍ତେ । ଲୋକ ମାନେ ପରିବର୍ତନ ପାଇଁ ହିଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦୁଇ ଥର ବାଛି ସାରିଲେଣି ଓ ତେଣୁ ଏହି ପରିବର୍ତନ କରାଯାଉଛି ।
ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ଦେଶରେ ଏଭଳି ପରିସ୍ଥିତି ମଧ୍ୟ ଉତ୍ପନ୍ନ ହୋଇଛି ଯେତେବେଳେ ଜଣେ ମହିଳାଙ୍କୁ ନିଜ ଘର ଭିତରେ ଏଇଥିପାଇଁ ରହିବାକୁ ବାଧ୍ୟ ହେବାକୁ ପଡିଛି ଯେ ସେ ଏକ ଟିଭି ବିତର୍କରେ ଭାଗ ନେଇଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର: