ସିଦ୍ଧାର୍ଥ କିଆରାଙ୍କ ପରେ ଏବେ ସ୍ମୃତି ଇରାନୀଙ୍କ ଝିଅଙ୍କର ରାଜକୀୟ ଢଙ୍ଗରେ ବିବାହ ହେବାକୁ ଯାଉଛି। ଶାନେଲ ଇରାନୀଙ୍କ ବିବାହ ରାଜସ୍ଥାନରେ ଖୁବ ଧୁମଧାମରେ ହେବ ବୋଲି ଜଣାପଡ଼ିଛି। ରାଜସ୍ଥାନ ଯୋଧପୁରର ଖୀମସର ଫୋର୍ଟରେ ରାଜକୀୟ ଢଙ୍ଗରେ ବିବାହ ହେବ। ଏହି ଦୁର୍ଗ ୫୦୦ବର୍ଷ ପୁରୁଣା। ଓ୍ବେଡିଂର ସବୁ ସେରିମନୀ ଫେବୃୟାରୀ ୭ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାଲେନଙ୍କ ବିବାହ ଅର୍ଜ୍ଜୁନ ଭଲ୍ଲାଙ୍କ ସହ ହେବ। ତେବେ ଏହି ବିବାହ ଫଙ୍କସନରେ କେଉଁ ଅତିଥିମାନେ ଯୋଗ ଦେବେ ତାହା ଜଣାପଡ଼ିନି। ସମସ୍ତ ଇଭେଣ୍ଟ ଗୁଡ଼ିକୁ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ରଖାଯାଇଛି।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ
କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନୀ ତାଙ୍କ ଝିଅକୁ ରାଜକୁମାରୀ ବେଶରେ ଦେଖିବାକୁ ସବୁପ୍ରକାର ଉଦ୍ୟମ କରିଛନ୍ତି। ଶାଲେନଙ୍କ ବିବାହ ଏଥିପାଇଁ ରାଜକୀୟ ଶୈଳୀରେ କରୁଛନ୍ତି। ଏଥିପାଇଁ ଦୁର୍ଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅତିଥିମାନଙ୍କ ରାଜକୀୟ ଢଙ୍ଗରେ ସତ୍କାର କରାଯିବ। ଏହି ଫୋର୍ଟର ଗୋଟିଏ ପାର୍ଶ୍ବରେ ମରୁଭୂମି ଏବଂ ଅନ୍ୟ ପାର୍ଶ୍ବରେ ଏକ ସୁନ୍ଦର ହ୍ରଦ ରହିଛି। ସଫାରି କରିବାର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିପାରିବେ। ଏହି ଦୁର୍ଗରେ ଏକ ରୋମାଣ୍ଟିକ ବାତାବରଣ ପାଇପାରିବେ। ଦୁର୍ଗର କୋଠରୀ ଗୁଡ଼ିକରେ ସବୁପ୍ରକାର ଲକଜୁରିୟସ ସୁବିଧା କରାଯାଇଛି।
ଅଧିକ ପଢନ୍ତୁ:ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିଆରା