Prime Odisha @ 7 Pm
ଦୁବାଇରେ ଦିଅଁ ଗାଧୁଆ ନୀତି

ଅର୍ଗସ୍ ବ୍ୟୁରୋ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁଠି ଅଛନ୍ତି । ଯୋଉଁଠି ଓଡିଆ ସେଇଠି ଆମ କାଳିଆ ଠାକୁର। ଆମେରିକା ହେଉ କି ଦୁବାଇ ଅଥବା ଅନ୍ୟ କୌଣସି ବିଦେଶୀ ସହର, ଯେଉଁଠି ଓଡ଼ିଆ ଅଛନ୍ତି ସେଠି ଅଛନ୍ତି ଜଗନ୍ନାଥ।
ନିକଟରେ ଆମେ ଆମେରିକାରେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ସମ୍ପର୍କିତ ଖବର ପ୍ରକାଶିତ କରିଥିଲୁ । ଆଜି ଦେବସ୍ନାନ ପୂର୍ଣ୍ଣିମା ହେତୁ ଦୁବାଇରେ ମଧ୍ୟ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବାକୁ ମିଳିଛି। ଏଠାରେ ଥିବା UAE ଓଡ଼ିଆ ସମାଜ ପକ୍ଷରୁ ଡ ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ତତ୍ବାବଧାନରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି।
ବିଦେଶ ମାଟିରେ ମଣିମାଙ୍କ ଉପରେ ଚନ୍ଦନ ମିଶ୍ରିତ ଜଳ ଢଳି ସ୍ନାନ ନୀତି ସମ୍ପନ୍ନ ହୋଇଛି।
Download Argus News App
