ବୈପାରିଗୁଡ଼ାରେ ନାହିଁ ସ୍ଥାୟୀ ବସଷ୍ଟାଣ୍ଡ !
କରୋନା ମୁକାବିଲାର ଏକମାତ୍ର ଅସ୍ତ୍ର ସାମାଜିକ ଦୂରତା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ: ସାମାଜିକ ଦୂରତା ବଜାୟ ରଖିବା ଏବଂ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଲକଡାଉନ ଗାଇଡଲାଇନ ମାନିବା ହିଁ ବର୍ତ୍ତମାନ ଏକମାତ୍ର ଉପାୟ। ଯାହାଦ୍ୱାରା ଆମେ କରୋନା ସହିତ ମୁକାବିଲା କରିପାରିବା। କାରଣ ବର୍ତ୍ତମାନ ସୁଦ୍ଧା ଏହା ପାଇଁ କୌଣସି ଔଷଧ ବାହାରି ନାହିଁ। ତେଣୁ ସମସ୍ତଙ୍କୁ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ। ବେନେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କୋଭିଡ-19 ଉପରେ ସମଗ୍ର ବିଶ୍ୱରେ ଅନଲାଇନରେ ଅୟୋଜିତ ସମ୍ମିଳନୀରେ ହର୍ଷବର୍ଦ୍ଧନ ଯୋଗ ଦେଇ କହିଲେ କରୋନା ସଂକ୍ରମଣ ଓ ମୃତ୍ୟୁହାର ରୋକିବା ଏବଂ ମୁକାବିଲା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେବାରେ ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତ ସବୁଠାରେ ଆଗରେ ରହିଛି। ବର୍ତ୍ତମାନ ଦେଶରେ ପ୍ରତି 4.5 ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେଉଛି। ଏହା ବ୍ୟତୀତ ଦେଶର ଅଧିକାଂଶ ଜିଲ୍ଲାରେ କରୋନା ଏପର୍ଯ୍ୟନ୍ତ ସ୍ପର୍ଶ କରିପାରିନାହିଁ। ଅନ୍ୟପଟେ ସରକାର 133 ଜିଲ୍ଲାକୁ ହଟସ୍ପଟ ଭାବେ ଚିହ୍ନଟ କରିଛନ୍ତି। ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଦୃଢ଼ କଣ୍ଟେନମେଣ୍ଟ ରଣନୀତି ଆପଣେଇଛନ୍ତି।
ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଷ୍ଟମ୍, ଭେଣ୍ଟିଲେଟର, ଆଇସୋଲେସନ ବେଡ, ଆଇସିୟୁ ସୁବିଧା ରହିଛି। ତା ଛଡା ଭାରତରେ 85 ପ୍ରତିଶତ ସଂକ୍ରମଣ ହେଉଛି ସାମାନ୍ୟ। ଏଭଳି କ୍ଷେତ୍ରରେ ଭେଣ୍ଟିଲେଟର କିମ୍ବା ଆଇସିୟୁର ଆଦୌ ଆବଶ୍ୟକତା ନାହିଁ। ସେ କହିଲେ ବର୍ତ୍ତମାନ ଭୁଲ ତଥ୍ୟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁକରି ସମସ୍ତଙ୍କୁ ସରକାରୀ ତଥ୍ୟର ଅପେକ୍ଷା କରିବା ସହ ଏହା ଉପରେ ବିଶ୍ବାସ କରିବା ଉଚିତ। ଖାଲି ଏତିକି ନୁହେଁ ନିଜ ଜୀବନକୁ ବାଜିରେ ଲଗେଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡକ୍ଟର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସମସ୍ତଙ୍କୁ ଦୃଢତା ସହ ଛିଡ଼ା ହେବାପାଇଁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Download Argus News App
