ତେବେ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍ ନୁହେଁ। ଏହି ସମୟରେ ପୂଜା ତଥା ଦେବନୀତି ଠାରୁ ଆରମ୍ଭ କରି ପାକାଦି ନିଷେଧ କରାଯାଇଥାଏ। ମନ୍ଦିର ମଧ୍ୟ ବନ୍ଦ ରୁହେ। ଏହି ସୂର୍ଯ୍ୟ ଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗର ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ। ଭାରତରେ ସୂର୍ୟ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ। ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ। ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଦିଶିବ।
ଆଜି ହେଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଅର୍ଗସ ବ୍ୟୁରୋ: ଆଜି ହେଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ଦିନ ସଧବାଙ୍କ ପର୍ବ ସାବିତ୍ରୀ ମଧ୍ୟ । ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ହୋଇଥାଏ । ଏହା ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ ହେବାକୁ ଯାଉଛି।
ଭାରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ୟ୍ୟନ୍ତ ପରାଗର ସ୍ପର୍ଶଠାରୁ ସର୍ବମୋକ୍ଷ ପର୍ୟ୍ୟନ୍ତ ରହିବ। ପରବର୍ତ୍ତୀ ସୂର୍ୟ୍ୟପରାଗ ୨୫ ଅକ୍ଟୋବର ୨୦୨୨ ମସିହାରେ ଦେଖାଯିବ। ପଞ୍ଜିକା ଅନୁଯାୟୀ ଏହି ସୂର୍ୟ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ। ତେବେ ଏଥର ଜୁନ୍ ୧୦ରେ ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ ପଡୁଥିବାବେଳେ ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ।
Download Argus News App
