ମିର୍ଚ୍ଚି ବରା: ଯୋଧପୁରର ମିର୍ଚ୍ଚି ବରା ଭାରି ପ୍ରସିଦ୍ଧ। ସକାଳ ହେଉ ହେଉ ଦୋକାନ ମାନଙ୍କରେ କଚୋଡ଼ି ସହ ମିର୍ଚ୍ଚି ବରା ଫ୍ରାଇ ହେବା ଆରମ୍ଭ ହୋଇଯାଏ। ବର୍ଷା ଦିନରେ ଏହାର ଡିମାଣ୍ଡ ବହୁତ ଅଧିକ। ମିର୍ଚ୍ଚି ବରା ଶୁଣିକି ଆପଣ ଡରି ଯାଉଛନ୍ତି କି ତେବେ ଯଦି ଅର୍ଡର କରିଛନ୍ତି ତାହାଲେ ଜମା କ୍ୟାନସଲ କରନ୍ତୁନି। କାରଣ ଏହା ଜମା ବି ରାଗ ଲାଗି ନଥାଏ। ଏହା ଖାଇବାକୁ ଭାରି ସ୍ବାଦିଷ୍ଟ। ଏହା ଭିତରେ ଥିବା ଆଳୁର ଷ୍ଟଫିଂ ବହୁତ ଚଟ୍ପଟା ହୋଇଥାଏ। ଏହାକୁ ଗ୍ରୀନ କିମ୍ବା ଲାଲ ଚଟଣୀ ସହ ସଭ କରାଯାଏ।
ମାଓ୍ବା କଚୋଡି : କଚୋଡି ନାଁ ଶୁଣିଲେ ମୁହଁରୁ ପାଣି ଆସିଯାଇଥାଏ। କଚୋଡ଼ି ସାଧାରଣତଃ ଆଳୁ, ପିଆଜ, ପନିର, ମଟର ଭଳି ଅପ୍ସନ ମନକୁ ଆସିଥାଏ। କିନ୍ତୁ ଯୋଧପୁରରେ ଏକ ପ୍ରସିଦ୍ଧ କଚୋଡ଼ି ମିଳେ ଯାହା ମାଓ୍ବାରେ ପ୍ରସ୍ତୁତ ହୋଇଥାଏ। ଯାହାର ସ୍ବାଦ ମିଠା ହୋଇଥାଏ। ମାଓ୍ବାରେ ଖୁଆର ଷ୍ଟଫିଂ ହୋଇଥାଏ। ଯାହାକୁ ଫ୍ରାଏ କରିବାପରେ ଚାସିନିରେ ବୁଡ଼ାଯାଇଥାଏ। ଏହି କଚୋଡ଼ି ବହୁତ ଦିନ ପର୍ଯ୍ୟନ୍ତ ଖରାପ ହୋଇ ନ ଥାଏ। ଏହାକୁ ଆପଣ ସାଙ୍ଗେ ସାଙ୍ଗେ ନ ଖାଇକି ପ୍ୟାକ କରିକି ନେଇ ପାରିବେ।
ପଞ୍ଚକୁଟା: କୈରୀ, ସାଙ୍ଗରୀ, କୁମଠା, ମିର୍ଚ୍ଚ ଏବଂ ଆମଚୁର ପାଉଡର ଭଳି ୫ ସାମଗ୍ରୀକୁ ନେଇ ଏହି ପଞ୍ଚକୁଟା ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଭାରି ଟେଷ୍ଟି ହୋଇଥାଏ। ଏହି ପଞ୍ଚମୁଟା ଡିସ୍ ଯୋଧପୁରର ଫେମସ ରେସିପି। ଏହା ଏକ ଶୁଖା ସବଜି। ଏହାକୁ ଶୁଖା ଶୁଖା କରିକି ଖାଇଥାନ୍ତି। ଆପଣ ଏହି ସବ୍ଜିକୁ ବେଶ କିଛି ଦିନ ଷ୍ଟୋର କରି ରଖିପାରିବେ। କୁଆଡେ ବୁଲିବାକୁ ଗଲେ ମଧ୍ୟ ଏହାକୁ ପ୍ୟାକ କରି ନେଇପାରିବେ। ଏହି ସବ୍ଜି ବନାଇବାକୁ ପୁର୍ବ ଦିନ ରାତିରେ କୈରୀ ସାଙ୍ଗରୀକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ। ପରଦିନ ବିଭିନ୍ନ ପ୍ରକାର ମସଲା ଦେଇ ଏହାକୁ ବନାନ୍ତୁ। କୈରୀ ସାଙ୍ଗରୀ ରାଜସ୍ଥାନରେ ମିଳୁଥିବା ଏକ ଓ୍ବାଇଲ୍ଡ ବିନ୍ସ। ଏହା କେବଳ ଡେଜର୍ଟରେ ମିଳିଥାଏ। ଏହି ଡିସ୍ ରାଜସ୍ଥାନୀ ମାନଙ୍କର ପ୍ରିୟ ହୋଇଥାଏ। ଆପଣ ଏହି କୈରୀ ସାଙ୍ଗରୀ ଅନଲାଇନ ଅର୍ଡର କରିପାରିବେ।
ମାଖନିୟା ଲସି: ଯୋଧପୁର ସହରର ପ୍ରାୟତଃ ମିଠା ଦୋକାନରେ ଆପଣଙ୍କୁ ମାଖନିୟା ଲସି ମିଳେ। ଯୋଧପୁରର ପୁରୁଣା ସହରରେ ଏହି ଲସି ଭାରି ପ୍ରସିଦ୍ଧ। ଏହି ଲସିର ସ୍ବାଦ ଖଟା ମିଠା। ଯୋଧପୁର ଆସୁଥିବା ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଏହି ଲସି ଭାରି ପସନ୍ଦ। ଯଦି ଆପଣ ଯୋଧପୁର ବୁଲିବା ପାଇଁ ପ୍ଲାନ କରୁଛନ୍ତି ତେବେ ଏହି ମାଖନିୟା ଲସି ନିଶ୍ଚିତ ଟ୍ରାଏ କରନ୍ତୁ। ତେବେ ଯଦି ଆପଣ ଛୁଟି କାଟିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଯୋଧପୁର ଥରେ ଯାଆନ୍ତୁ।
ରୋଷେଇ ବିଷୟରେ ଆହୁରି ପଢନ୍ତୁ