ଅର୍ଗସ୍ ବ୍ୟୁରୋ : ପୁଣି କମାଲ୍ କଲେ ସୋନମ ୱାଙ୍ଗଚୁକ୍। ନିଜ ଛାତ୍ରମାନଙ୍କ ସହ ହିମାଳୟ ଶିଖରରେ -୪୦ ଡିଗ୍ରୀ ସେଲସିଅସ ତାପମାନରେ ଚାଲିପାରୁଥିବା ଏକ ସୋଲାର ଫ୍ୟାନେଲକୁ କାର୍ଯ୍ୟକ୍ଷମ କରାଇ ସେ ଏବେ ଚର୍ଚ୍ଚାରେ। ତାଙ୍କର ଏହି ଶିଖର ଅଭିଯାନ ବିଶ୍ବର ଉଚ୍ଚ ସ୍ଥାନରେ ଥିବା ବିଜ୍ଞାନର ସର୍ବାତ୍ତମ ପରୀକ୍ଷଣ ବୋଲି ସେ କହିଛନ୍ତି । ଏଠାରେ କାର୍ଯ୍ୟକ୍ଷମ ହେବା ଭଳି ସୋଲାର ପ୍ୟାନେଲ ନିର୍ମାଣ କରି ସେ ଏହି ଦୁର୍ଗମ ସ୍ଥାନରେ ଇଣ୍ଟରନେଟ୍ ଅସୁବିଧା ଦୂର କରିବାକୁ ଯୋଜନା କରିଛନ୍ତି। ପୂର୍ବରୁ ସେ କୃତ୍ରିମ ଗ୍ଳାସିଅରର ବ୍ୟବହାର କରି ଲଦାଖରେ ଜଳ ଅଭାବର ସମାଧାନ କରିଥିଲେ ।
ସୋମନ ୱାଙ୍ଗଚୁକ ଜଣେ ଭାରତୀୟ ଇଂଜିନିୟର ଓ ଶିକ୍ଷା ସଂସ୍କାରକ । ଥ୍ରୀ ଇଡିଅଟ୍ ଚଳଚିତ୍ରରେ ଫୁଙ୍ଗସୁକ୍ୱାଙ୍ଗଡୁ ଚରିତ୍ରଟି ଥିଲା ସୋନମଙ୍କ ଜୀବନ ଉପରେ ଆଧାରିତ। ସେ ଅନେକ ଗବେଷଣାମୂଳକ କାର୍ଯ୍ୟ କରିଛନ୍ତି।
ୱାଙ୍ଗଚୁକ୍ ମହେନ୍ଦ୍ରା ବୋଲେର ସାହାର୍ଯ୍ୟରେ ଏହି ଅଭିଯାନକୁ ରୂପ ଦେଇଛନ୍ତି। ହିମାଳୟର ସେକମାଲ ମାଉଣ୍ଟେନର ୧୩୦୦୦ ଫୁଟ ଉପରେ ପହଞ୍ଚିବା ପରେ ପର୍ବତ ଶିଖରରେ ସେ ଓ ତାଙ୍କ ଛାତ୍ରମାନେ ବିଶ୍ରାମ ନେଉଥିବାର ଚିତ୍ର ସହ ସୋଲାର ପ୍ୟାନେଲର ଫଟୋ ନିଜ ସୋଶିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି।