ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କୁ ବଡ଼ ଝଟ୍କା, ରଦ୍ଦ ହେଲା ଲୋକସଭା ସାଂସଦ ପଦ
ଯାହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସୋନିଆ ଗାନ୍ଧୀ ଯାଇଥିବା ଚର୍ଚ୍ଚା। ଜନପ୍ରତିନିଧି ଆଇନ 1951, ସେକ୍ସନ 8 ଅନୁସାରେ ସଦସ୍ୟତା ରଦ୍ଦ ହୋଇଛି । ମାନହାନୀ ମାମଲାରେ କାଲି ଦୋଷୀ ସାବ୍ୟସ୍ତ ହୋଇଥିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ବା ଉପନାମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କର୍ଣ୍ଣାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ଏଭଳି ବିବାଦୀୟ ବୟାନ ଦେଇଥିଲେ । ମର୍ଯ୍ୟାଦା ଭୁଲିଯାଉ ସମ୍ବେଦନହୀନ ବାକ୍ୟରେ ଅନେକ ଲୋକଙ୍କୁ ଆଘାତ ଦେଇଥିଲେ ରାହୁଲ । ଯାହା ସମଗ୍ର ମୋଦି ସମ୍ପ୍ରଦାୟଙ୍କ ପ୍ରତି ଅପମାନଜନକ ଥିଲା । ଯାହାକୁ ନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାନହାନୀ ମାମଲା ରୁଜୁ କରିଥିଲେ ।
ଏହି ମାମଲାରେ ରାହୁଲ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ । ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ କରିଥିଲେ ସ୍ଥିର । ଗତକାଲି(ଗୁରୁବାର) କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ