ଅଧିକ ପଢ଼ନ୍ତୁ: ପିଲାଙ୍କୁ ଦିଆଯିବ ମାଗଣା କୋଚିଂ, ଟ୍ୱିଟ କରି ଜଣାଇଲେ ସୋନୁ ସୁଦ
ରାଜନୀତିରେ ପ୍ରବେଶ କରିବା ନେଇ ଆଶ୍ଚର୍ଯ୍ୟକର ଖୁଲାସା କଲେ ବଲିଉଡ ଅଭିନେତା ସୋନୁ ସୁଦ। ପୂର୍ବରୁ ତାଙ୍କୁ ଦୁଇ ଥର ରାଜ୍ୟସଭା ପାଇଁ ଅଫର ମିଳିଛି। ଏମିତି କି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବି ତାଙ୍କୁ ଅଫର ଦିଆଯାଇଛି। ହେଲେ ସେ ମନା କରିଛନ୍ତି ବୋଲି ସୋନୁ ଖୁଲାସା କରିଛନ୍ତି।
ଆହୁରି ପଢ଼ନ୍ତୁ: ସୋନୁଙ୍କୁ ଭେଟିବାକୁ ୧୫ ଦିନ ସାଇକେଲ ଯାତ୍ରା
ସୋନୁ କହିଥିଲେ, ରାଜନୀତିର କଥା କହିଲେ ମୋତେ ପୂର୍ବରୁ ଦୁଇଥର ରାଜ୍ୟସଭା ସାଂସଦ ହେବାକୁ ଅଫର ମିଳିସାରିଛି। କିନ୍ତୁ ମୁଁ ଗ୍ରହଣ କରିନାହିଁ। ଏମିତିକି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବି ମୋତେ ଅଫର ଦିଆଯାଇଥିଲା। ହେଲେ ମୁଁ ମନା କରିଦେଇଛି। ମୁଁ ନିଜେ ମୋ ନିୟମ ବନାଇବାକୁ ଚାହୁଁଛି।