ମୁଁ ବଙ୍ଗଳା କ୍ରିକେଟ ଆସୋସିଏସନ ପାଇଁ ୫ ବର୍ଷ କାର୍ଯ୍ୟ କରିଛି। ବିସିସିଆଇ ଆଇ ସଭାପତି ଭାବେ ୩ବର୍ଷ କାର୍ଯ୍ୟ ପୁରା କରିଛି। କାର୍ଯ୍ୟକାଳ ଶେଷ ହେବାପରେ ତୁମକୁ ଯିବାକୁ ପଡ଼ିବ। ମୁଁ ମୋର କାର୍ଯ୍ୟ ସୁଚାରୁ ରୁପେ କରିଛି ବୋଲି ସେ କହିଛନ୍ତି। ତେବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ରୋଜର ବିନ୍ନି ବିସିସିଆଇର ନୂଆ ହେବା ସମ୍ଭାବନାକୁ ନେଇ ଟିଏମସି, ଭାରତୀୟ ଜନତା ପାର୍ଟି ମଧ୍ୟରେ ବୟାନ ବାଜି ଦେଖିବାକୁ ମିଳିଛି।
ଟିଏମସିର ମୁଖପାତ୍ର କୃଣାଲ ଘୋଷ କହିଛନ୍ତି ଗତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲି ବିଜେପିରେ ସାମିଲ୍ ହେବା ନେଇ ବିରୋଧୀ ଦଳ କହିଥିଲେ। କିନ୍ତୁ ଗାଙ୍ଗୁଲି ବିଜେପିରେ ସାମିଲ ହୋଇନଥିଲେ। ଏହାକୁ ନେଇ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ବିଜେପି କେବେ ଗାଙ୍ଗୁଲିଙ୍କୁ ପାର୍ଟିରେ ସାମିଲ୍ କରିବାକୁ ପ୍ରୟାସ କରିଛି, ତାହା ଆମେ ଜାଣିନାହୁଁ । ଗାଙ୍ଗୁଲି ଜଣେ କିମ୍ବଦନ୍ତୀ କ୍ରିକେଟର । ବିସିସିଆଇରେ ପରିବର୍ତ୍ତନ ନେଇ କିଛି ଲୋକେ ତୁଚ୍ଛା ରାଜନୀତି କରୁଥିବା ସେ କହିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।