ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ । ଆଜିର ମ୍ୟାଚରେ ଭାରତୀୟଙ୍କ ସ୍ପିନ ଜାଲରେ ଫସିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ । ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୭.୧ ଓଭରରେ ୯୯ ରନରେ ଅଲଆଉଟ୍ ହୋଇଛି । ଦଳ ଏମିତି ଦୟନୀୟ ବ୍ୟାଟିଂ କରିଛି ଯେ, ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି ।
ହେନରିଚ କ୍ଲାସେନ ସର୍ବାଧିକ ୩୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ଜାନେମନ ମଲାନ ୧୫ ରନ ଏବଂ ମାର୍କୋ ଜନସେନ ୧୪ କରିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ୧୮ ରନ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକା ଇନିଂସର ଅନ୍ତ ଘଟାଇଥିଲେ । ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।