ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ଅର୍ଗସ ବ୍ୟୁରୋ: କୋରୋନାର ୟୁକେ ଷ୍ଟ୍ରେନ ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଏବଂ ବ୍ରାଜିଲ ଷ୍ଟ୍ରେନ । ଏହାକୁ ନେଇ ସୂଚନା ଦେଇଛନ୍ତି, ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ । ସେ କହିଛନ୍ତି ଯେ ଫେବ୍ରୁଆରି ପ୍ରଥମ ସପ୍ତାହରେ ଭାରତରେ ଜଣଙ୍କଠାରେ ବ୍ରାଜିଲ ପ୍ରଜାତି ଓ ୪ ଜଣଙ୍କଠାରେ ଆଫ୍ରିକୀୟ ପ୍ରଜାତିର ଭୂତାଣୁ ମଧ୍ୟ ଚିହ୍ନଟ ହୋଇଛି ।
ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ଯାତ୍ରୀମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି। ଦେଶରେ ଆଜି ସୁନ୍ଧ୍ୟା ବ୍ରିଟେନ ପ୍ରଜାତିର ୧୮୭ ମାମଲା ସାମ୍ନାକୁ ଆସିଛି ଏବଂ କାହାର ବି ମୃତ୍ୟୁ ହୋଇନାହିଁ। ସମସ୍ତ ପଜିଟିଭ ମାମଲାର କ୍ବାରେଣ୍ଟାଇନ ପରେ ଆବଶ୍ୟକ ଚିକିତ୍ସା ଜାରି ରହିଛି।