ଅର୍ଗସ ବ୍ୟୁରୋ : ସୁରତର ମ୍ୟାନ ମେଡ ଟେକ୍ସଟାଇଲ ରିସର୍ଚ୍ଚ ଆସୋସିଏସନ କୃଷକଙ୍କ ପାଇଁ ଏକ ସ୍ବତନ୍ତ୍ର ବୁଟ ତିଆରି କରିଛି. ଏହି ବୁଟ ଦ୍ବାରା କୃଷକ ଲେପ୍ଟୋସ୍ପାଇରୋସିସ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇ ପାରିବେ. ସାଧାରଣତଃ କ୍ଷେତରେ ଅଧିକ ସମୟ କାମ କରିବା ଦ୍ବାରା କୃଷକମାନେ ଲେପ୍ଟୋସ୍ପାଇରୋସିସ ବ୍ୟାକ୍ଟେରିଆର ଆକ୍ରାନ୍ତ ହୋଇଥାନ୍ତି. ଏଥିରୁ ରକ୍ଷା ପାଇବା ପାଇଁ ଆଣ୍ଟି ମାଇକ୍ରୋବିଆଲ ଫ୍ରେବ୍ରିକ କୋଟ କରାଯାଇ ଏକ ବୁଟ ପ୍ରସ୍ତୁତ କରାଯାଇଛି. ଯାହାଦ୍ବାରା ଏହି ରୋଗରୁ କୃଷକମାନେ ରକ୍ଷା ପାଇପାରିବେ. ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥାଏ. ଯାହାଦ୍ବାରା ଅନେକ କୃଷକମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମରି ଯାଇଥାନ୍ତି. ତେବେ ଏହା କୃଷକଙ୍କୁ ସାହାଯ୍ୟ କରିବା ସହ ଡିଆରଡିଓ (DRDO)ରେ କାମ କରୁଥିବା ସୈନିକମାନଙ୍କୁ ସାହାଯ୍ୟ କରିବ .
ପୂର୍ବରୁ ଏହାର ଦାମ ଖୁବ ମହଙ୍ଗା ଥିଲା. ଯାହାଦ୍ବାରା କ୍ଷେତରେ କାମ କରୁଥିବା କୃଷକମାନେ ଏହାକୁ କିଣି ପାରୁନଥିଲେ. ସେଥିପାଇଁ ଏହା ଫ୍ୟାବ୍ରିକରେ ଖୁବ କମ ମୂଲ୍ୟରେ ତିଆରି କରାଯାଇଛି. ଯାହାଦ୍ବାରା କୃଷକମାନେ ଏହାକୁ ବ୍ୟବହାର କରିପାରିବେ . ବର୍ଷାଦିନେ କୃଷକମାନେ କ୍ଷେତରେ ୪ ରୁ ୫ ଘଣ୍ଟା କାମ କରିଥାନ୍ତି. ଯାହାଦ୍ବାରା ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ଥାଏ. ଏହି ସମସ୍ୟାରୁ ବଞ୍ଚାଇବ ଏହି ସ୍ବତନ୍ତ୍ର ବୁଟ
ସୁରତର ମନ୍ତ୍ରା କମ୍ପାନୀ ଦ୍ବାରା ଏହି ବୁଟ ଅନେକ କୃଷକଙ୍କୁ ସାହାଯ୍ୟ କରୁଛି . ଏହାକୁ ପିନ୍ଧିବା ଦ୍ବାରା ସେମାନେ ଖୁବ ସହଜରେ କ୍ଷେତରେ କାମ କରି ପାରୁଥିବା କହିଛନ୍ତି.