ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ନେଇ ହେବ ଆଲୋଚନା। ସମ୍ବିଧାନ ସଭାଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଚାଲିବ ଚର୍ଚ୍ଚା। ଆସନ୍ତାକାଲିଠୁ ନୂଆ ସଂସଦ ଭବନକୁ ଯିବ ଉଭୟ ଗୃହ। ଏହା ପୂର୍ବରୁ ଗତକାଲି ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ତାରିଖ ଯାଏଁ ଚାଲିବ । ତେବେ ପ୍ରଥମ ଦିନର ଅଧିବେଶନ ପୁରୁଣା ପାର୍ଲାମେଣ୍ଟରେ ବସିବ। ଗଣେଶ ପୂଜା ଦିନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଅଧିବେଶନର ବଳକା କାର୍ଯ୍ୟ ଦିବସ ।
ନୂଆ ସଂସଦ ଭବନର କର୍ମଚାରୀଙ୍କୁ ନୂଆ ୟୁନିଫର୍ମରେ ଦେଖିବାକୁ ମିଳିବ। ଚାମ୍ବର ସେବକ, ଅଧିକାରୀ, ସୁରକ୍ଷା କର୍ମୀ, ଡ୍ରାଇଭର ଏବଂ ମାର୍ଶଲ ସମସ୍ତେ ନୂତନ ୟୁନିଫର୍ମ ସହ ଦେଖାଯିବେ। ଖାକି ଟ୍ରାଉଜର, କ୍ରିମ୍ ରଙ୍ଗର ଜ୍ୟାକେଟ୍, ଗୋଲାପୀ ଲୋଟସ୍ ମୋଟିଫ୍ ସହିତ କ୍ରିମ୍ ସାର୍ଟ, ମହିଳାମାନଙ୍କ ପାଇଁ ଜ୍ୟାକେଟ୍ ସହିତ ଉଜ୍ଜ୍ୱଳ ରଙ୍ଗର ଶାଢୀ ଏବଂ ନୂତନ ଡ୍ରେସ୍ କୋଡ୍ ରେ ମାର୍ଶଲଙ୍କ ପାଇଁ ପଗଡି | ସେହିପରି ସଂସଦ ଭବନରେ ସୁରକ୍ଷା କର୍ମୀମାନେ ସଫାରି ସୁଟ୍ ବଦଳରେ ବର୍ତ୍ତମାନ ସାମରିକ କର୍ମଚାରୀ ପିନ୍ଧିଥିବା ପରି କାମୁଫ୍ଲେଜ୍ ପ୍ୟାଟର୍ ପୋଷାକ ପିନ୍ଧିବାକୁ ଯୋଜନା ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର