କଅଁଳ ଶିଶୁଟି ଜନ୍ମ ହେବାପରେ ମାଆଟି ତା ମୁଣ୍ଡରେ ମାଟି ଲଗାଇଥାଏ , ଆଉ କିଏ ଏହି ମାଟିକୁ ନିଜ ମା’ ପରି ପୂଜା କରେ, ଆଉ କିଏ ଏହି ମାଟିକୁ ନିଜର ବେଉସା କରିଥାଏ । ଏପରିକି ମୃତ୍ୟୁ ପରେ ମଣିଷର ଶେଷ ଠିକଣା ପାଲଟି ଥାଏ କେବଳ ମୁଠେ ମାଟି ।ପିଲାଦିନେ ଘର ଦାଣ୍ଡରେ ମାଟି କାଦୁଆରେ ଖେଳଣା ଗଢ଼ିବା ସତେ ଯେମିତି ଏବେ ଇତିହାସ ହେବାକୁ ବସିଲାଣି । ଏପରିକି ପିଲାଦିନେ ଯେଉଁ ହାତରେ ମାଟିର କଣ୍ଢେଇ ପାଇବାକୁ ଅଳି କରୁଥିଲା ସେହି ହାତରେ ଏବେ ତିଆରି ହେଉଛି ମାଟିର ଦୀପ। କୁନି ହାତଟି କେତେକ ଜୀବନରେ ଅନ୍ଧାରର ଦୀପକୁ ଜଳାଉଛି ତାହା କିଏ ବ କହିବ।
ଭଲ କରି ଦେଖନ୍ତୁ ଏହି ଭିଡିଓକୁ। କିଭଳି ଭାବରେ ଛୋଟିଆ ଛୁଆଟି ତିଆରି କରୁଛି ମାଟିର ଦୀପ। ଏକ ବାଡି ସାହାଯ୍ୟ ରେ ଅତି ସୁନ୍ଦରଭାବେ ତାକୁ ବୁଲାଇଦେଇ, ଗୋଟିଏ ପରେ ଗୋଟିଏ ଦୀପ ତିଆରି କରିଚାଲିଛି ଏହି କୁନି ପିଲାଟି। ବୟସ ସିନା ସାନ ହେଲେ କାର୍ଯ୍ୟ ବଡ ବଡଙ୍କୁ ବି ପଛରେ ପକାଇଦେବ। ଯେଉଁ ବୟସରେ ପିଲାଟି ଖେଳିବା କଥା ସେହି ବୟସରେ ଏଭଳି ଅଦଦ୍ଭୁତ କାର୍ଯ୍ୟ କରୁଛି। ଯାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।