ନୂଆ ଦିଲ୍ଲୀ: ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ର ଆଜି ଦ୍ୱିତୀୟ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍ରେ ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ୍ରେ ବିଜୟ ହୋଇସାରିଛି । ଆଜି ଦ୍ୱତୀୟ ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ ସିରିଜ୍କୁ ପ୍ରତ୍ୟାବର୍ତ୍ତନ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଉଥିବା ବେଳେ ଓ୍ୱେଷ୍ଟଇଣ୍ଡିଜ୍ କିନ୍ତୁ ସିରିଜ୍ରେ କବ୍ଜା କରିବାକୁ ଚେଷ୍ଟା କରିବ ।
ତେବେ ସିରିଜ୍କୁ ପ୍ରତ୍ୟାବର୍ତ୍ତନ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଉଥିବା ଭାରତ ପାଇଁ ଓ୍ୱେଷ୍ଟଇଣ୍ଡିଜ୍ର ଦୁଇ ଖେଳାଳି ବାଧା ସୃଷ୍ଟି କରିପାରନ୍ତି । କାରଣ ଏହି ଦୁଇ ଖେଳାଳି ଗତ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି । ଏହି ଦୁଇ ଖେଳାଳି ହେଲେ ସିମ୍ରନ୍ ହେଟ୍ମାୟର ଓ ଶାଇ ହୋପ୍ । ଏହି ଦୁଇ ଖେଳାଳି ଏବେ ଜବରଦସ୍ତ ଫର୍ମରେ ରହିଥିବା ବେଳେ ଇତିହାସ ମଧ୍ୟ ତାଙ୍କ ସପକ୍ଷରେ ଯାଉଛି । ବିଶାଖାପାଟନାମ୍ର ଯେଉଁ ମଇଦାନରେ ଏହି ମ୍ୟାଚ୍ ଖେଳାଯିବ, ସେହି ମଇଦାନ ସବୁବେଳେ ଓ୍ୱଷ୍ଟିଣ୍ଡିଜ୍ ସପକ୍ଷରେ ହିଁ ରହିଛି । ଏହି ମଇଦାନରେ ଓ୍ୱେଷ୍ଟଇଣ୍ଡିଜ୍ ସବୁବେଳେ ଭାରତକୁ କଡ଼ା ଟକ୍କର ଦେଇ ଆସିଛି । 24 ଅକ୍ଟୋବର 2018ରେ ଏହି ମଇଦାନରେ ଖେଳାଯାଇଥିବା ମ୍ୟାଚ୍ ଏହାର ଏକ ବଡ଼ ଉଦାହରଣ । ଭାରତ ଏହି ମ୍ୟାଚ୍ ଜିତିବା ପ୍ରାୟ ସୁନିଶ୍ଚିତ ଥିବା ବେଳେ ଶେଷ ମୁହୁର୍ତ୍ତରେ ଓ୍ୱେଷ୍ଟଇଣ୍ଡିଜ୍ କିନ୍ତୁ ବିଜୟ ଛଡ଼ାଇ ନେଇଥିଲା । ସେହି ମ୍ୟାଚ୍ରେ ଭାରତର ରୋହିତ ଶର୍ମାଙ୍କ 157 ରନ୍ ବଳରେ 321 ରନ୍ ସଂଗ୍ରହ କରିଥିଲା । ଏକ ବିଶାଳ ସ୍କୋର ଛିଡ଼ା କରିବା ପରେ ମଧ୍ୟ ଭାରତ ପରାଜିତ ହୋଇଥିଲା ।
ଅର୍ଗସ ବ୍ୟୁରୋ: ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର। ଏଣେ ମହିଳାମାନେ ଆସି ସିଆରପିଙ୍କ ସ୍ୱାମୀଙ୍କୁ ଘେରିଛନ୍ତି। ମହିଳାଙ୍କ ଟଙ୍କା ଠକି ନେବା ସହିତ ୨୧ ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ସ୍ୱାମୀକୁ ବି ଛାଡି ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି ସିଆରପି। ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ୪୨୦ ସିଆରପି ହେଲେ ଖୁଣ୍ଟା ବ୍ଲକ ବିସିପୁର ଅଞ୍ଚଳର ସିଆରପି ଆଠପଡା ଗ୍ରାମର ବାସନ୍ତୀ ମୁର୍ମୁ। ଗତ ମାସ ସ୍ଥାନୀୟ ବିଭିନ୍ନ ଏସଏଚଜି ଗୃପର ମହିଳାଙ୍କ ଲୋନ ପାସ କରାଇ ଦେବା ପରେ ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ସ୍ୱାମୀ କୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛନ୍ତି।
ଏହି ଖବର ଜଣାପଡିବା ପରେ ଗୃପର ମହିଳାମାନେ ଆସି ବାସନ୍ତୀଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଯାହାକୁ ନେଇ ବାସନ୍ତୀଙ୍କ ସ୍ୱାମୀ ଡ଼ମାନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏହି ୪୨୦ ସିଆରପି ନିଜର ୨ ଭେଣ୍ଡିଆ ପୁଅ, ରୋଗାକ୍ରାନ୍ତ ସ୍ୱାମୀକୁ ଛାଡି ଯାଇଥିବା ବେଳେ ତୁରନ୍ତ ତାଙ୍କୁ ପୋଲିସ ଖୋଜି ଠକି ନେଇଥିବା ଟଙ୍କା ଉଦ୍ଧାର କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
କନ୍ଦୁଝର: ଯାତ୍ରା ଦେଖି ଯାଇଥିବାବେଳେ ଘରୁ ଚୋରି। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପରିବାର ଗାଁ ରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରି ଜୀବନ ଜୀବିକା ଚଳାଇଥାନ୍ତି। ତେବେ ଗତକାଲି ରାତିରେ ଚୋର ମାନେ ତାଙ୍କ ଘରୁ ୯ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମ ର ସୁନା ଗହଣା ଚୋରି ହୋଇଯାଇଛି। ଯାତ୍ରା ଅଧାରୁ ରମେଶ ଙ୍କ ବାପା ଘରକୁ ଆସିବାରୁ ଘର ର ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ର ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର