ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ କନଫରେନ୍ସ କରି ସୂଚନା ଦେଇଛି । ନୀତି ଆୟୋଗର ସଦସ୍ୟ ଭିକେ ପଲ କହିଛନ୍ତି, ଋଷରୁ ଆସିଥିବା ସ୍ପୁଟନିକ-ଭି ଭ୍ୟାକ୍ସିନ ଆସନ୍ତା ସପ୍ତାହରେ ଭାରତରେ ଉପଲବ୍ଧ ହେବ । ସ୍ପୁଟ୍ନିକ-ଭି ର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିସାରିଛି । ଏବଂ ଖୁବ ଶୀଘ୍ର ବଳକା ଡୋଜ୍ ଭାରତରେ ପହଞ୍ଚିବ ।
ଜୁଲାଇରୁ ଭାରତରେ ସ୍ପୁଟ୍ନିକ ଭି ଟିକା ଉତ୍ପାଦନ ଆରମ୍ଭ ହେବ। ଭାରତ ସ୍ପୁଟ୍ନିକ ଭିର ୧୫.୬ କୋଟି ଡୋଜ ତିଆରି କରିବାକୁ ଲକ୍ଷ୍ୟ ରଖିଛି । ଡ. ଭି.କେ ପଲ୍ କହିଛନ୍ତି, ଆସନ୍ତା ପାଞ୍ଚ ମାସ ମଧ୍ୟରେ ସ୍ପୁଟ୍ନିକ ଭି ର ୨ ବିଲିୟନ ଡୋଜ ଭାରତ ଦ୍ୱାରା ପ୍ରସ୍ତୁତ ଏବଂ ବ୍ୟବହୃତ ହେବ ।