ଆମେ ସମସ୍ତେ ଚତୁର କୁଆ ଗପ ନିଶ୍ଚୟ ଶୁଣିଛେ । ତୃଷ୍ଣାରେ ଆତୁର କୁଆଟି ନିଜ ଶୋଷ ମେଣ୍ଟାଇବା ପାଇଁ ମାଟି ହାଣ୍ଡିରେ କେମିତି ଗୋଡି ପକାଇ ପାଣି ପିଇଥିଲା ସେଇଟା ଜାଣିଛେ । ହେଲେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏକ ଭିଡିଓ । ଯେଉଁଠି କୁଆ ନୂହେଁ ଅଛି ଗୁଣ୍ଡୁଚିମୂଷା । ଆଉ ପାଣି ପିଇବାକୁ କେମିତି କାକୁତି ମିନତି ହେଉଛି ଦେଖନ୍ତୁ ...
ପେଟରେ ପେଟେ ଶୋଷ । ଡହ ଡହ ଖରାରେ ପାଣି ମୁନ୍ଦାଏ ପାଇଁ ହାତ ଯୋଡି ଛିଡା ହେଇଯାଉଛି ଗୁଣ୍ଡୁଚି ମୂଷା । ପାଖକୁ ଆସୁଛି ହାତରେ ପାଣି ବୋତଲ ଦେଖି ଦି ହାତ ଜୋଡି ଛିଡା ହେଉଛି । ଆଉ ପାଣି ପାଇଁ ନେହୁରା ହେଉଛି । ନ ଦେଲାକୁ ପୁଣି ପଛକୁ ପଛ ମାଡି ଆସୁଛି । ସେମିତି ଦି ହାତ ଯୋଡି ଛିଡା ହେଉଛି । ଆଉ ତା ପରର ଦୃଶ୍ୟ ଆପଣ ଦେଖନ୍ତୁ ...
ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଶୋଷ ବି ମେଣ୍ଟି ଗଲା ଭଳି ଲାଗୁଥିବ । ତା ପାଣି ପିଇବା ଢଙ୍ଗରୁ ଆପଣ ଜାଣିପାରୁଥିବେ ତାକୁ କେତେ ଜୋରରେ ଶୋଷ ଲାଗୁଥିଲା । ଗୁଣ୍ଡୁଚି ମୂଷାର ଏ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ ....
ଦର୍ଶକବନ୍ଧୁ ଏହି ଭିଡିଓରୁ ଆମେ ଗୋଟେ କଥା ଶିଖିଲେ ଯେ, ସେ ମଣିଷ ହେଉ କି ଅନ୍ୟ ଜୀବଜନ୍ତ ସମସ୍ତଙ୍କ ଜୀବନରେ ପାଣିର କେତେ ଆବଶ୍ୟକତା ରହିଛି । ପାଣି ବିନା ଜୀବନ ଅସମ୍ଭବ । ହେଲେ ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପାଣି ନଷ୍ଟ କରନ୍ତି ...ସେହିମାନଙ୍କୁ ଏହି ଭିଡିଓ ଦେଖିବା ଦରକାର..ଆୁ ନିଜ ଭୂଲ୍ କୁ ସୁଧାରିବା ଦରକାର ।
ସ୍ୱାଭିମାନୀ ମଣିଷ ...ନିଜ କାମ ନିଜେ କରନ୍ତି । କାହା ଉପରେ ନିର୍ଭର ନୁହନ୍ତି...ଯେତେ ବଡ ବିପଦ ଆସୁ ଏକାକୀ ସବୁ ସମ୍ଭାଳି ନିଅନ୍ତି । ଯେମିତି ଏକାକୀ ସବୁ କମା କରିବା ତାଙ୍କର ଏକ ପ୍ରକାର ଅଭ୍ୟାସ ହୋଇଯାଇଥିଲା ।
ଭାରତ ଖବର ଆହୁରି ପଢ଼ନ୍ତୁ ।
पानी की कीमत को समझिए...💧
https://t.co/7CqR2hmdej रसायन pic.twitter.com/LlOhQzhPTd — Abhilipsa Panda (@Abhilipsaapanda) January 29, 2023