ଦିଲ୍ଲୀରୁ ଏହି ଟ୍ରେନ ଗତ ବୁଧବାର ଦିନ ସଫଦରଜଙ୍ଗ ରେଳ ଷ୍ଟେସନ ଛାଡି ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଓଡିଶାରେ ପହଁଞ୍ଚିଛି। ଭାରତର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ଗୌରବ ଟ୍ରେନ୍ସ ଯୋଜନାର ଏହା ଏକ ଅଂଶ। ଏହାଦ୍ବାରା ବିଶ୍ବର ଅନେକ ପର୍ଯ୍ୟଟକ ଜଗନ୍ନାଥ ସଂସ୍କୃତି ଦ୍ବାରା ଆକୃଷ୍ଟ ହେବେ ।
ଏହି ଟ୍ରେନରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ବେଳେ ଏହା ମଧ୍ୟରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ କରାଯାଇଛି । ଫଳରେ ଏଥିରେ ଯାତ୍ରା କରୁଥିବା ଟ୍ରେନଯାତ୍ରୀ ଉକ୍ତ କଥାବସ୍ତୁକୁ ଦେଖି ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣିବା ସହିତ ଏଥିପ୍ରତି ଆକୃଷ୍ଟ ହେବେ।