ଗତ ବର୍ଷ ମାର୍ଚ ମାସରେ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ 8 ହଜାର 196 କୋଟି ଟଙ୍କାର କ୍ରେଡିଟ ଫେସିଲିଟି ଦେଇଥିଲା । ଆବଶ୍ୟକୀୟ ଜିନିଷ ପତ୍ର ଯୋଗାଣକୁ ଅବ୍ୟାହତ ରଖିବାକୁ ଭାରତ ଏହି ଫେସିଲିଟି ଦେଇଥିଲା । ଏହି କ୍ରେଡିଟ ଫେସିଲିଟିର ବ୍ୟବହାର କରି ଶ୍ରୀଲଙ୍କା ଭାରତରୁ 8କୋଟି ଟଙ୍କାର କାଗଜ ଓ ଅନ୍ୟ ଛପା ସାମଗ୍ରୀ କ୍ରୟ କରିବ । ଏହା ଦ୍ୱାରା ପିଲା ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଛପା ଯାଇ ପାରିବ ।
ଶ୍ରୀଲଙ୍କାର ଏହି ଖରାପ ଆର୍ଥିକ ସ୍ଥିତି ମଧ୍ୟରେ ଭାରତ ନେବରହୁଡ ଫାଷ୍ଟ ନୀତି ଅନୁସାରେ ପଡୋଶୀ ଦେଶକୁ ସହାୟତା ପ୍ରଦାନ କରୁଛି ।
ବିଭିନ୍ନ ରିପୋର୍ଟ ଅନୁସାରେ ଭାରତ ଶ୍ରୀଲଙ୍କାକୁ ବର୍ତମାନ ସୁଦ୍ଧା 32 ହଜାର କୋଟି ଟଙ୍କାର ଋଣ ପ୍ରଦାନ କରି ସାରିଛି । ଏଥିରେ ଶ୍ରୀଲଙ୍କା ତାର ଆବଶ୍ୟକୀୟ ସାମଗ୍ରୀ ଯେପରିକି ପେଟ୍ରୋଲ, ସାର, ରେଳବାଇ ଓ ଏନର୍ଜି ସହ ଜଡିତ କାମ ଉପରେ ଖର୍ଚ କରିଛି ।
କିଛି ମାସ ପୂର୍ବରୁ ଶ୍ରୀଲଙ୍କା ଦେବାଳିଆ ହୋଇଯାଇଥିଲା । ଏହା ପରେ ସେଠାରେ ଗୃହ ଯୁଦ୍ଧ ପରି ସ୍ଥିତି ଉତ୍ପନ୍ନ ହୋଇଯାଇଥିଲା । ସେହି ସମୟରେ ଭାରତ ଖାଦ୍ୟ ଠାରୁ ଆରମ୍ଭ କରି ଇନ୍ଧନ, ଔଷଧ ସହିତ ତିନି ବିଲିୟମ ଡଲାରର ବିଜେଶୀ ଡିପୋଜିଟ ମଧ୍ୟ ପଡୋଶୀ ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା ।
ଏବେ କିଛି ଦିନ ପୂର୍ବେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବ୍ରେ ଭାରତ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ନୂଆଦିଲ୍ଲୀରେ ଚାଲିଥିବା ରାଇସିନା ଡାଏଲଗ୍ସରେ ଭାଗ ନେବା ପରେ ଏକ ପୋଡକାଷ୍ଟରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବ୍ରେ କହିଥିଲେ ଯେ – ସଠିକ୍ ମିତ୍ର ଏପରି ଦେଶକୁ କୁହାଯାଏ ଯେ ଖରାପ ସମୟରେ ଓ ଖରାପ ପରିସ୍ଥିତିରେ ଆପଣଙ୍କ ହାତ ଧରି ଥାଏ । ଭାରତ ଶ୍ରୀଲଙ୍କାର ଖରାପ ସମୟରେ ଓ ଖରାପ ପରିସ୍ଥିତିରେ ଏହା ହିଁ କରିଛି ।
ଭାରତର ସହଯୋଗକୁ ପ୍ରଶଂସା କଲେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ
ସେ କହିଥିଲେ ଯେ ଶ୍ରୀଲଙ୍କା ଗତ ବର୍ଷ ନିଜର ସବୁଠାରୁ ଖରାପ ପରିସ୍ଥିତି ଦେଇ ଗତି କରୁଥିଲା । ଦେଶର ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିଲା । ଶ୍ରୀଲଙ୍କା ଦେବାଳିଆ ହୋଇଯାଇଥିଲା । ଲୋକ ମାନଙ୍କୁ ମୌଳିକ ଜିନିଷ ପ୍ରଦାନ କରିବାରେ ଶ୍ରୀଲଙ୍କାର ସରକାର ବିଫଳ ହୋଇଥିଲେ । ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି କ୍ଷୀର ଓ ଅନ୍ୟ ଖାଦ୍ୟ ସାମଗ୍ରୀର ଦାମ ଏତେ ବଢି ଯାଇଥିଲା ଯେ ଲୋକ ମାନେ ଏହାକୁ କିଣିବାରେ ଅକ୍ଷମ ହେଉଥିଲେ । ସେଠାରେ ସିଭିଲ ୱାର ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଏଭଳି ଭୟଙ୍କର ପରିସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଆଗକୁ ଆସିଥିଲା ।