ଅଧିକ ପଢନ୍ତୁ ଓଡିଶା ଖବର
ତେଣୁ ଏହାକୁ ନେଇ କୌଣସି ରାଜନୈତିକ ବୟାନବାଜି ହେବା ଉଚିତ୍ ନୁହେଁ । ଏଠି ଲାଭ କ୍ଷତିର କଥା ନୁହେଁ । ଆମ ଘର ଭିତରେ ଆମ ମନ୍ଦିର ଆମେ ତିଆରି କରିପାରିନଥିଲେ । ଯାହା ଦୁର୍ଭାଗ୍ୟର କଥା । ତେଣୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଦେଶ ସ୍ବାଧୀନ ହେବା ପରେ ଭାରତରେ ଅନେକ କଥା ହେବାର ଥିଲା । ଯାହାକି ହୋଇପାରିନଥିଲା । ଯାହା ଏବେ ମୋଦିଙ୍କ ନେତୃତ୍ୱରେ ସମ୍ଭବ ହୋଇପାରୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶର ନ୍ୟାୟାଳୟ ବ୍ୟବସ୍ଥାକୁ ଧନ୍ୟବାଦ ଦେବା ଉଚିତ୍ । ଭାରତର ସମସ୍ତ ଜନ ସାଧାରଣଙ୍କର ଭୂମିକା ଏଥିରେ ଅଛି । ସବୁ କଥା ଲୋକ ମାନେ ଜାଣୁଛନ୍ତି । ତାକୁ କୌଣସି ରାଜନୀତି ସହ ଯୋଡିବାର ଆବଶ୍ୟକତା ନାହିଁ ।