ରାଜ୍ୟ ବିଜେପି ମୁଖପାତ୍ର ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜ୍ୟାକ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ରୁ ରାଉରକେଲା ପର୍ଯ୍ୟନ୍ତ ବିମାନବନ୍ଦର। ରାଜ୍ୟ ସରକାରଙ୍କ ବିଜ୍ଞାପନ ରାଜନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ବିମାନ ସେବା ଆରମ୍ଭ ହୋଇଛି, ହେଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗେଇଲେ ନାହିଁ। ରାଜ୍ୟ ସରକାର କେତେ ପଇସା ଦେଇଛନ୍ତି କୁହନ୍ତୁ। ଉଡାନ ସେବା କେନ୍ଦ୍ର ସରକାରଙ୍କ। କୁଆଡେ ଗଲା ରାଜ୍ୟ ସରକାରଙ୍କ ବିଶାଳ ହୃଦୟ। କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ