ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ବାକି । ତେଣୁ ଏବେ ସମସ୍ତ ରାଜନୈତିକ ଦଳଗୁଡିକର ନଜରରେ ରହିଛି ଓଡିଶା । ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଓ ମୟୂରଭଞ୍ଜ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ମତଦାନ ହେବ । ତେଣୁ ବିଭିନ୍ନ କେନ୍ଦ୍ରୀୟ ନେତା ଏବେ ଏହି ଅଞ୍ଚଳ ଉପରେ ଫୋକସ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଓଡିଶା ଆସୁଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାଲେଶ୍ୱର ଜିଲ୍ଲା ଗସ୍ତ କରିବେ । ସେଠାରେ ରେମୁଣାର ନରହରିପୁର ପଡ଼ିଆରେ ଜନସଭାରେ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ଜଗତସିଂହପୁରର ନାଉଗାଁକୁ ଆସିବେ ଗୁଲାମ ନବୀ ଆଜାଦ । ନାଉଗାଁରୁ ଜଗତସିଂହପୁର ଟାଉନ ଯାଏ ରୋଡ୍ ସୋ କରିବେ ଗୁଲାମ ନବୀ । ସେହିପରି ଜଳେଶ୍ୱର ଓ କୋରେଇରେ ଏଆଇସିସି ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ ରୋଡ଼୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
