ନୂଆଦିଲ୍ଲୀ: ଆଜି ରାହୁଲ ଗାନ୍ଧୀ ଓଡିଶା ଆସିବେ । କିନ୍ତୁ ଓଡିଶାରେ ସେ ବିଳମ୍ବରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି । ପାଟନାରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେ ପୁଣି ଥରେ ଦିଲ୍ଲୀ ଫେରିଯାଉଛନ୍ତି । ଏନେଇ ସେ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ତେଣୁ ତାଙ୍କର ଆସିବାରେ ଓ ମିଟିଂରେ ବିଳମ୍ବ ହେବ ବୋଲି ସେ କହିଛନ୍ତି ।
Engine trouble on our flight to Patna today! We’ve been forced to return to Delhi. Today’s meetings in Samastipur (Bihar), Balasore (Orissa) & Sangamner (Maharashta) will run late. Apologies for the inconvenience. pic.twitter.com/jfLLjYAgcO
— Rahul Gandhi (@RahulGandhi) April 26, 2019
ଆଜି ରାହୁଲ ଗାନ୍ଧି ବିହାରର ସମଷ୍ଟିପୁର, ବାଲେଶ୍ୱର ଓ ମହାରାଷ୍ଟ୍ରରେ ସମାବେଶରେ ଯୋଗ ଦେବେ । ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସେ ପୁଣି ଥରେ ଫେରିଯାଇଛନ୍ତି । ତେଣୁ ଏହି ସମସ୍ତ ସମାବେଶ ବିଳମ୍ବରେ ହେବ ବୋଲି ସେ କହିଛନ୍ତି ।
