ଗୌତମ ଋଷି ଏହାପରେ ବିଚଳିତ ନ ହୋଇ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରନ୍ତି। ନିଜକୁ ଗୋହତ୍ୟା ପାପରୁ ମୁକ୍ତ ହେବାକୁ ନିବେଦନ କରନ୍ତି। ଏହା ଶୁଣି ଭଗବାନ ଶିବ ସକଳ ବୃତ୍ତାନ୍ତ କହି ମାତା ଗଙ୍ଗାଙ୍କୁ ଏହି ସ୍ଥାନକୁ ଆବାହନ କରନ୍ତି। ଗଙ୍ଗାଜଳରେ ସ୍ନାନ ପୂର୍ବକ ଗୌତମ ଋଷି ପାପରୁ ମୁକ୍ତ ହୁଅନ୍ତି।
ଋଷିଙ୍କ ଅନୁରୋଧ କ୍ରମେ ଭଗବାନ ଶଙ୍କର ଜ୍ୟୋତି ସ୍ବରୂପରେ ଏଠାରେ ବିଦ୍ୟମାନ ହୁଅନ୍ତି। ନାମ ହୁଏ ତ୍ରୟମ୍ବକେଶ୍ୱର କାରଣ। ଏହି ଲିଙ୍ଗରେ ତ୍ରୀଦେବ, ବହ୍ମା, ବିଷ୍ଣୁ ଓ ମହେଶ ବିଦ୍ୟାମାନ କରିଛନ୍ତି। ଯେଉଁ ଗଙ୍ଗାଙ୍କ କଥା ଉପରେ ବର୍ଣ୍ଣନା କରାଗଲା, ସେ ହେଉଛନ୍ତି ମା, ଗୋଦାବରୀ।
ଏହି ସ୍ଥାନଟି ସମ୍ପ୍ରତି ମହାରାଷ୍ଟ୍ରର ନାସିକ ସହରରେ ବିଦ୍ୟାମାନ।