ଯାହା ସୁଦେହାଙ୍କ ଦେହରେ ଯାଏନି। ଏପଟେ ଧାର୍ମିକ ଘୁସ୍ମା ପ୍ରତିଦିନ ମାଟିରେ ଶିବଲିଙ୍ଗ ନିର୍ମାଣ କରି ପାଣିରେ ଭସାଇ ପୂଜା କରୁଥାନ୍ତି। କିନ୍ତୁ ସୁଦେହାଙ୍କ ମନରେ ବିଷ ଭରି ରହିଥାଏ। ଏଣୁ ହିତାହିତ ଜ୍ଞାନ ଭୁଲି ନିଜ ଭଉଣୀର ପୁତ୍ରକୁ ହତ୍ୟା କରି ସେ ଜଳରେ ବିସର୍ଜନ କରିଦିଅନ୍ତି।
ହେଲେ ଘୁସ୍ମା ଏ କଥା ନ ଜାଣି, ଶିବ ଭକ୍ତିରେ ଲୀନ ଥାନ୍ତି। ଯେତେବେଳେ ନିଜ ନିର୍ମିତ ଲିଙ୍ଗ ବିସର୍ଜନ କରିବାକୁ ଯାଆନ୍ତି, ସେତେବେଳେ ସେ ନିଜ ପୁଅକୁ ସେଠାରେ ଦେଖନ୍ତି। ଭଗବାନ ଶିବ ମୃତ ପୁଅକୁ ଜୀବଦାନ ଦେଇ ଭଉଣୀର ଦୁଷ୍କୃତ୍ୟ ସମ୍ପର୍କରେ ଘୁସ୍ମାଙ୍କୁ ଜଣାନ୍ତି। ହେଲେ ଶିବ ଭକ୍ତ ଘୁସ୍ମା ପ୍ରଭୁ ଦର୍ଶନରେ ବିଭୋର ହୋଇ ଭଉଣୀକୁ କ୍ଷମା କରିବା ପାଇଁ ଅନୁଗ୍ରହ କରନ୍ତି। ଏବଂ ତାଙ୍କ ଗୃହ ନିକଟରେ ଜ୍ୟୋତି ରୂପେ ବିଦ୍ୟମାନ ହେବାକୁ ନିବେଦନ କରନ୍ତି।
ପ୍ରଭୁ ଭକ୍ତର କଥା ରଖନ୍ତି। ଭକ୍ତ ନାମରେ ନିଜକୁ ପ୍ରତିଷ୍ଠିତ କରାନ୍ତି। ଭଗବାନ ଶଙ୍କରଙ୍କ ନାମ ହୁଏ ଘୁସ୍ମେଶ୍ବର। ସମ୍ପ୍ରତି ଏହି ଦେବପୀଠଟି, ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲ୍ଲା ଅନ୍ତର୍ଗତ ଭେରୁଲ ଗ୍ରାମ ନିକଟରେ ରହିଛି।