ଏହି ଜ୍ୟୋତିଲିଙ୍ଗଙ୍କ ଉତ୍ପତ୍ତି ସମ୍ପର୍କରେ ସୁନ୍ଦର କାହାଣୀ ରହିଛି।
ଅବନ୍ତିକା ବା ଉଜ୍ଜୟୀନି ନଗରୀରେ ବେଦପ୍ରୀୟ ନାମକ ଅଗ୍ନି ହୋତ୍ର ବ୍ରାହ୍ମଣ ରହୁଥିଲେ। ତାଙ୍କର ୪ ପୁଅ ଥିଲେ। ନାମ ଥିଲା ଯଥାକ୍ରମେ ଦେବପ୍ରୀୟ, ପ୍ରିୟମେଧା, ସଂସ୍କୃତ, ସୁବତ୍ର। ଏହି ୪ ପୁତ୍ର ଥିଲେ ପରମ ଶିବ ଭକ୍ତ। ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଏମାନେ ପ୍ରତ୍ୟାହ ଅଗ୍ନିହୋତ୍ର କରି ଶିବ ଉପାସନା କରୁଥିଲେ। ସେହି ସମୟରେ ରତ୍ନମାଳ ପର୍ବତରେ ଦୂଷଣ ନାମକ ଅସୁର ଥିଲା। ଯିଏ ବ୍ରହ୍ମାଙ୍କକ ବର ପାଇ ବଳୀୟାନ ହୋଇଥିଲା ଏବଂ ଶେଷରେ ଅବନ୍ତି ନଗରୀ ଉପରେ ଆକ୍ରମଣ କରିଥିଲା। ଶିବ ପୂଜନରେ ବସିଥିବା ଏହି ୪ ଭାଇଙ୍କୁ ଦେଖି ଦୂଷଣ ଭିଷଣ ରାଗିଲା। ଦୈତ୍ୟ ସେମାନଙ୍କୁ ମାରିବାକୁ ଉଦ୍ୟତ ହୁଅନ୍ତେ, ଘୋର ଗର୍ଜନ କରି ଭଗବାନ ଶଙ୍କର ଆର୍ବିଭୂତ ହୋଇ ନିଜ ଭକ୍ତଙ୍କୁ ରକ୍ଷା କରିଥିଲେ। ମହାକାଳଙ୍କ ପ୍ରବଳ ଗର୍ଜନରେ ଦୂଷଣର ଅନ୍ତ ଘଟିଲା। ସେବେଠାରୁ ଭଗବାନ ଶିବ ଏଠାରେ ଜ୍ୟାର୍ତିଲିଙ୍ଗ ରୂପେ ବିରାଜମାନ କରୁଛନ୍ତି।