ଓଁକେରେଶ୍ୱର ଓ ଅମଲେଶ୍ୱର ନାମରେ ଭଗବାନ ଶିବଙ୍କ ୨ ପବିତ୍ର ଲିଙ୍ଗ ଏଠାରେ ପୂଜିତ ହୁଅନ୍ତି। ପୁରାଣର କାହାଣୀ କୁହେ, ଏକଦା ନାରଦ ବୁଲୁବୁଲୁ ବିନ୍ଧ୍ୟାଚଳ ପର୍ବତରେ ପହଞ୍ଚିଗଲେ। ବିନ୍ଧ ନାରଦଙ୍କୁ ପ୍ରଣାମ କରି ନିଜ ଗାରୀମା ଗାନ କରିବାକୁ ଲାଗିଲେ। ଏଥିରେ ନାରଦ କ୍ଷୁବ୍ଧ ହୋଇ ବିନ୍ଧ୍ୟାଚଳଙ୍କୁ ଚତୁରତାର ସହ ଅପମାନିତ କରିବାକୁ ଚେଷ୍ଟା କଲେ । କହିଲେ ସୁମେରୁ ପର୍ବତ ତୁମଠାରୁ ସୁନ୍ଦର ଓ ସମ୍ପଦମୟ। ଏଣୁ ତୁମେ ତାଙ୍କ ଆଗରେ କ୍ଷୀଣ।
ଏହା ଶୁଣି ବିନ୍ଧ୍ୟାଚଳ ଦୁଃଖି ହୋଇ ଅପମାନବୋଧ କଲେ। ନିଜ ସମୃଦ୍ଧିଶାଳି କରିବା ସହ ଅହଂକାର ବିମୋଚନ ପାଇଁ ସେ ଶିବ ଆରାଧନା କରିବାକୁ ଲାଗିଲେ। କଠୋର ତପସ୍ୟା ପରେ ଭଗବାନ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ବୁଦ୍ଧିମାନ ହେବାକୁ ବରଦେଲେ। ସେହିସ୍ଥାନରେ ଦେବତାମାନେ ପହଞ୍ଚି ଭଗବାନ ଶିବଙ୍କୁ ଏହି ସ୍ଥାନରେ ନିବାସ କରିବାକୁ ଅନୁଗ୍ରହ କଲେ। ଏଣୁ ଏହି ଅନୁଗ୍ରହ ରକ୍ଷାକରି ଭଗବାନ ଶିବ ନିଜ ଜ୍ୟୋତି ସ୍ଵରୂପକୁ ଦୁଇ ଭାଗରେ ବିଭକ୍ତ କରି ଏହିଠାରେ ନିବାସ କଲେ।
ପୂଜିତ ବିଗ୍ରହ ଏଠାରେ ଓଁକେରେଶ୍ୱର ଓ ଅମଲେଶ୍ୱର ନାମରେ ପୂଜିତ ହେଉଛନ୍ତି।