ବର ପାଇବା ପରେ ଉନ୍ମତ୍ତ ହୋଇ ଭୀମା ତ୍ରୀପୁରରେ ଆତଙ୍କ ମଚାଇଦେଲା। ମର୍ତ୍ତରେ କାମରୂପ ରାଜ୍ୟର ରାଜା ଜଣେ ଧାର୍ମିକ ଶିବଭକ୍ତ ରାଜା ଥିଲେ। ନାଁ ଥିଲା ସୁଦକ୍ଷଣ। ପାସାଣ୍ଡ ଭୀମା କିଛି ନ ବୁଝି ଶିବଭକ୍ତ ରାଜା ସୁଦକ୍ଷଣଙ୍କୁ ବନ୍ଦି କଲା। ହେଲେ ଶିବ ଭକ୍ତିରୁ ବିଚ୍ୟୁତ୍ ହେଲେ ନାହିଁ ରାଜା। ସେହି ବନ୍ଦିଶାଳାରେ ଶିବଲିଙ୍ଗ ପ୍ରତିଷ୍ଠା କରି ପୂଜା କଲେ।
ପରଦିନ ଭୀମା, ରାଜାଙ୍କୁ ମାରିବାକୁ ଉଦ୍ୟତ ହୁଅନ୍ତେ। ଶିବଲିଙ୍ଗ ମଧ୍ୟରୁ ପ୍ରଭୁ ସଦାଶିବ ବାହାରି ଭୀମାକୁ ଭସ୍ମ କଲେ। ଏବଂ ଦେବତାମାନଙ୍କ ଅନୁରୋଧରୁ ସେହି ସ୍ଥାନରେ ଭୀମାଶଙ୍କର ଭାବେ ଉପାସିତ ହେଲେ।
ସମ୍ପ୍ରତି ଏହି ସ୍ଥାନଟି ମହାରାଷ୍ଟ୍ର ରାଜ୍ୟର ପୁଣେଠାରେ ଅବସ୍ଥିତ। ସୟାଦ୍ରୀ ପର୍ବତ ଓ ଭୀମା ନଦୀରେ ତୀରରେ ଆମ ଦେଶର ଏହି ପବିତ୍ର ଜ୍ୟୋର୍ତିଲିଙ୍ଗ ପୀଠଟି ରହିଅଛି।