ଏପରିକି ତାଙ୍କ ଲୋକପ୍ରିୟତା ଦେଶ ଡେଇଁ ବିଦେଶକୁ ବ୍ୟାପିଲାଣି। ରାମକଥା ଆଉ ହନୁମାନଙ୍କ ଦିବ୍ୟଲୀଳା ଆଧାରରେ ତାଙ୍କର ଏହି ଚମତ୍କାରିତା ସମସ୍ତଙ୍କୁ ଅଭିଭୂତ କରୁଛି। ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ।
କିଏ ଏହି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ?
କ’ଣ ଏହି ବାଗେଶ୍ବର ଧାମର ମହିମା ?
ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଜୀ ୪ ଜୁଲାଇ ୧୯୯୬ରେ ଛତ୍ରପୁର ଜିଲ୍ଲାର ଏକ ଛୋଟ ଗାଁ ଗାଡାରେ ଜନ୍ମଗ୍ରହଣ କରିଥିଲେ। ସେ ବହୁତ ଗରିବ ପରିବାରରୁ ଆସିଛନ୍ତି। ଧିରେନ୍ଦ୍ର ଶାସ୍ତ୍ରୀ ନିଜେ କହିଛନ୍ତି ଯେ ତାଙ୍କ ପିଲାଦିନରେ ସେ ବେଳେବେଳେ ଓଳିଏ ଭୋଜନ ମଧ୍ୟ ପାଉ ନ ଥିଲେ। ବାପା ଦାନ ଦକ୍ଷିଣାରେ ଯାହା ଆଣୁଥିଲେ ସେଇଥିରେ ପରିବାର ଚଳୁଥିଲା।
ଦିନେ ପାଠ ପଢିବାକୁ ଆଗ୍ରହ ବଖାଣନ୍ତି ଧିରେନ୍ଦ୍ର। କର୍ମକାଣ୍ଡ ଶିଖିବାକୁ ବୃନ୍ଦାବନ ଯିବାକୁ ବାପା ରାମ କୃପାଲ ଗର୍ଗଙ୍କୁ କୁହନ୍ତି। କିନ୍ତୁ ମାତ୍ର ୧୦୦୦ ଟଙ୍କା ଯୋଗାଡି ନ ପରିବାକୁ ବୃନ୍ଦାବନ ଯାଇ କର୍ମକାଣ୍ଡ ପଢିବାର ଆଶା ଅଧୁରା ରୁହେବ। ଗାଁ ସ୍କୁଲରେ ୮ମ ପର୍ଯ୍ୟନ୍ତ ଆଉ ପରେ ଗାଁ ବାହାର କଲେଜର ବିଏ ପାସ କରିଛନ୍ତି ଧୀରେନ୍ଦ୍ର। ଏପଟେ ଜେଜେବାପା ଭଗବାନ ଦାସ ଗର୍ଗଙ୍କୁ ନିଜର ଗୁରୁ ମାନିନିଅନ୍ତି । ସନାତନ ଧର୍ମର ଆଧାର ଏବଂ ଆଧ୍ୟାତ୍ମ ଶାସ୍ତ୍ର ପଢିବାରେ ତାଙ୍କ ଦିନ କଟେ। ରାମାୟଣ, ମହାଭାରତର ପ୍ରାଞ୍ଳ ଅଧ୍ୟନ ପରେ ହନୁମାନ ସାଧନା ଆରମ୍ଭ ହୁଏ। ବାଲାଜି ହନୁମାନଙ୍କ କୃପା ପ୍ରାପ୍ତ ହେବା ପରେ ଆଗତ ଭବିଷ୍ୟତ ବଖାଣିବାର ସିଦ୍ଧି ପ୍ରାପ୍ତ କରନ୍ତି ଧୀରେନ୍ଦ୍ର। ଯେଉଁଥିପାଇଁ ଆଜି ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା।