ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଅଞ୍ଚଳରେ ରହୁଥିବା ବହୁସଂଖ୍ୟକ ମୁସଲମାନ ମାନଙ୍କୁ ଖୁସି କରିବାକୁ ଏହି ସ୍ମାରକ ତିଆରି କରାଯାଇଥିଲା । ତେବେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ଧୁଲେ ଶାଖା ପକ୍ଷରୁ ଏହି ବେଆଇନ ସ୍ମାରକକୁ ହଟାଇବାକୁ ରାଜ୍ୟର ଗୃହ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସଙ୍କୁ ପତ୍ର ଲେଖା ଯାଇଥିଲା । ଏହି ପତ୍ରର କପି ସ୍ଥାନୀୟ ଏସପି ଓ ଧୁଲେ ନଗର ନିଗମର କମିଶନରଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ପତ୍ରରେ କୁହାଯାଇଥିଲା ଯେ ଧୁଲେ ସହରର ନଗର ନିଗମ ଦ୍ୱାରା ଡି ମାର୍ଟ ରୁ ବାଇପାସ ହାଇୱେ ଯାଏ ଶହେ ଫୁଟର ସଡକ ନିର୍ମାଣ କରାଯାଇଛି । ଏହି ରାସ୍ତାରେ ଖୁବ ଅଧିକ ଟ୍ରାଫିକ ରହିଥାଏ । ଏହା ବାଦ ସଡକର ଉଭୟ ପାର୍ଶ୍ୱରେ ଅଧିକାଂଶ ମୁସଲମାନ ମାନଙ୍କ ଘର ରହିଛି ।
ବିଜେପି ଯୁବମୋର୍ଚା ନେତା ରୋହିତ ଚନ୍ଦୋଡେ ଏହି ପତ୍ରରେ ଆଗକୁ ଲେଖିଥିଲେ ଯେ ଧୁଲେ ସହରର ବିଧାୟକ ଫାରୁକ ଶାହ ହିନ୍ଦୁ ମାନଙ୍କର ଭାବନା ଉପରେ କୁଠାରାଘାତ କରି କୌଣସି ସରକାର ଅନୁମତି ନ ନେଇ ବେଆଇନ ଭାବେ ହିନ୍ଦୁ ବିରୋଧୀ ଟିପୁ ସୁଲତାନର ସ୍ମାରକ ନିର୍ମାଣ କରାଇଛନ୍ତି । ନିଜର ବିଧାୟକ ପଦର ଦୁରୁପଯୋଗ କରି ସେ ଏପରି କରିଛନ୍ତି । ଏହି ପତ୍ରରେ ସେ ଏହି ବେଆଇନ ନିର୍ମାଣ ଉପରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ସେ ଏହି ବେଆଇନ ନିର୍ମାଣକୁ ଧ୍ୱସ୍ତ କରିବାକୁ ଅନୁରୋଧ କରିବା ସହ କହିଥିଲେ ଯେ ଏହା ଦ୍ୱାରା ଅଞ୍ଚଳରେ ଶାନ୍ତି ସ୍ଥାପନା ହୋଇ ପାରିବ । ଏହା ବାଦ ସେ ବିଧାୟକ ଫାରୁକ ଶାହ ବିରୁଦ୍ଧରେ ସିଟି ଡିଫେସମେଂଟ ଆକ୍ଚ ଅନୁସାରେ ମାମଲା ରୁଜୁ କରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।