ପରେ ନିତ୍ୟାନନ୍ଦ ତାକୁ `ଆମେରିକା ଷ୍ଟେଟସ ଅଫ କୈଳାସ’ ବୋଲି ଘୋଷଣା କରିଥିଲେ। କିନ୍ତୁ ନିତ୍ୟାନନ୍ଦ ଭାରତରୁ ଫେରାର ଜଣେ ପଳାତକ ଅପରାଧୀ। ତାଙ୍କ ନାମରେ ବଳାତ୍କାର ଓ ଅପହରଣ ମାମଲା ରହିଛି। ଏକଥା ନେଓ୍ବାର୍କ ପ୍ରଶାସନ ଜାଣି ନ ଥିଲା। ତେଣୁ ଏହି ରାଜିନାମା ଆମ ସହ ଧୋକାରେ କରାଯାଇଛି। ରାଜିନାମାକୁ ନେଇ ଆମେ ଅନୁତପ୍ତ। ନିତ୍ୟାନନ୍ଦ ଓ କୈଳାସ ସମ୍ପର୍କରେ ଜଣାପଡ଼ିବାପରେ ଆମେ ଏହା ସହିତ କରିଥିବା ରାଜିନାମାକୁ ଗତ ଜାନୁୟାରୀ ୧୮ରେ ରବ୍ଦ କରିଦେଇଛୁ। ଏହାସତ୍ତ୍ବେ ମଧ୍ୟ ନିତ୍ୟାନନ୍ଦ କୈଳାସକୁ ନେଇ ବିଭିନ୍ନ ଖବର ଓ ଫଟୋ ସୋସିଆଲ ମିଡିଆରେ ବ୍ୟବହାର କରୁଛନ୍ତି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନିତ୍ୟାନନ୍ଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଅର୍ଗସ ବ୍ୟୁରୋ: ଭାରତରୁ ପଳାତକ ଘୋଷିତ ସ୍ବାମୀ ନିତ୍ୟାନନ୍ଦଙ୍କ ଦେଶ `କୈଳାସ’ର ମାନ୍ୟତା ରବ୍ଦ କରିଦିଆଯାଇଛି। ଆମେରିକାର ନେଓ୍ବାର୍କ ସହର କୈଳାସକୁ ସହଯୋଗୀ ସହର ଭାବେ ମାନ୍ୟତା ଦେଇଥିଲା। ଉଭୟ ପକ୍ଷ ମଧ୍ୟରେ ଗତ ଜାନୁୟାରୀ ୧୧ରେ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଏହାପରେ ନିତ୍ୟାନନ୍ଦ ଘୋଷଣା କରିଥିଲେ କି ତାଙ୍କ ଦେଶକୁ ଆମେରିକା ମାନ୍ୟତା ଦେଇଛି। ଏଥିସହ ରାଜିନାମାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ। ନେଓ୍ବାର୍କର ପ୍ରେସ ସଚିବ ସୁଜାନ ଗାରୋଫଲୋ କହିଛନ୍ତି ନିତ୍ୟାନନ୍ଦ ଓ ନେଓ୍ବାର୍କ ପ୍ରଶାସନ ମଧ୍ୟରେ ଗତ ଜାନୁୟାରୀ ୧୧ରେ ଏକ ରାଜିନାମା ହୋଇଥିଲା। ରାଜିନାମା ଅନୁସାରେ କୈଳାସକୁ ନେଓ୍ବାର୍କର ସହଯୋଗୀ ସହର ଭାବେ ସ୍ବୀକୃତି ଦିଆଯାଇଥିଲା।
Download Argus News App
