ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ, ପିଥୋରାଗଡ଼ ଏବଂ ଅଲମୋଡାରେ ମଧ୍ୟ ଭୂ-କମ୍ପର ଝଟକା ଲାଗିଛି। ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ସବୁ ଖୋଲା ସ୍ଥାନକୁ ପଳାଇଆସିଥିଲେ। କିଛି ସେକେଣ୍ଡ ପାଇଁ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ବୋଲି ଜଣାପଡ଼ିଛି। ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଜଣାପଡ଼ିଛି। ଏହି ଭୂ-କମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।