କେବେ ଡହ ଡହ ଖରାରେ ସିଝୁଛନ୍ତି ତ କେବେ ବର୍ଷାରେ ଭିଜୁଛନ୍ତି। ଦିନ ହେଉ କି ରାତି। ପ୍ରତି ମୁହୂର୍ତ୍ତରେ ସୀମାରେ ସଜାଗ ଦେଶର ଏହି ଜାଗ୍ରତ ପ୍ରହରୀ। ଦେଶର ଏହି ବୀରଙ୍କୁ ଯେବେ ମିଳିଯାଏ ନାରୀ ଶୁକ୍ତିଙ୍କ ସହଯୋଗ ସେତେବେଳେ ଦୁଇ ଗୁଣିତ ହୋଇଯାଏ ଏମାନଙ୍କ ବଳ। ଏହି ବୀରାଂଗନାଙ୍କ ଧୈର୍ଯ୍ୟ ଓ ସାହାସ ଆଗରେ ଫେଲ୍ ମାରେ ଶତ୍ରୁର ସବୁ ଚାଲ୍। ଇଣ୍ଡୋପାକ୍ ସୀମାରେ ମୁତୟନ ଦେଶର ଏହି ବୀରାଂଗନାଙ୍କ ମୁହଁରୁ ହିଁ ଶୁଣନ୍ତୁ ସେମାନଙ୍କ ବୀରତ୍ବର ଗାଥା। ଅନେକ ସାହସ ଓ ବୀରତ୍ବର ଗାଥାକୁ ନିଜ ଛାତିରେ ଜାବୁଡି ଧରିଛି ରାଜସ୍ଥାନର ମାଟି। ଏଠି ଚାରିଆଡେ ଖେଳେଇ ହୋଇ ରହିଛି ଭାରତ ପାକିସ୍ତାନ ଭିତରେ ଥିବା ତିକ୍ତତାର ଛୋଟ ବଡ଼ ଇତିହାସ। 1971ର ଯୁଦ୍ଧରେ ପାକିସ୍ତାନ ସେନାକୁ ମୁହଁତୋଡ୍ ଜବାବ ଦେଇଥିଲା ଭାରତୀୟ ସେନା। ଯାହାର ସବୁଠୁ ବଡ଼ ପ୍ରମାଣ ହେଉଛି ଏହି ଅଞ୍ଚଳର ଲଙ୍ଗେୱାଲା ଯୁଦ୍ଧ ସ୍ଥଳରେ ଥିବା ପାକିସ୍ତାନର ଏହି ଟ୍ୟାଙ୍କର୍। ସେହି ଯଦ୍ଧ ସମୟରେ ଭୀରତୀୟ ଯବାନଙ୍କ ବୀରତ୍ବର ଗାଥାକୁ ଆଜିବି ଏ ଅଞ୍ଚଳର ପ୍ରତିଟି ନାଗରିକଙ୍କ ମୁହଁରୁ ଶୁଣିବାକୁ ମିଳେ। ଇଏ ହେଉଛି ରାଜସ୍ଥାନର ତନୋଟ ମାତା ମନ୍ଦିର।
1965 ଭାରତ ପାକିସ୍ତାନ ଯୁଦ୍ଧ ସମୟର ଏକ ଅଲୌକିକ ସ୍ମୃତିକୁ ନିଜ ଭିତରେ ଧରି ରଖିଛି ଏହି ଧାର୍ମିକ ସ୍ଥଳ। କୁହାଯାଏ ସେତବେଳେ ଏହି ମନ୍ଦିର ଉପରେ ବୋମାମାଡ଼ କରିଥିଲା ପାକିସ୍ତାନ। ହେଲେ ଏହି ବୋମା ଆପେ ଆପେ ନିଷ୍କ୍ରିୟ ହୋଇଗଲା। ଯେଉଁଥି ପାଇଁ ବଞ୍ଚି ଯାଇଥିଲା ଅନେକ ଭାରତୀୟ ଯବାନଙ୍କ ଜୀବନ। ସେବେଠୁ ଏହି ମନ୍ଦିରରେ ଆସ୍ଥାର ସହ ପୂଜାର୍ଚ୍ଚନା କରିଆସୁଛନ୍ତି ସୀମାସୁରକ୍ଷା ବଳର ଯବାନ। ପୁରା ଦେଶ ମନାଉଛି 78 ତମ ସ୍ବାଧୀନତା ଦିବସର ଉତ୍ସାହ। ଆଉ ଦେଶର ତାଳେ ତାଳେ ସୀମାରେ ବି ଦାୟିତ୍ବ ବୋଧତା ଭିତରେ, ପରସ୍ପର ସହ ମିଶି ଯବାନ ପାଳୁଛନ୍ତି ସ୍ବାଧୀନତା ଦିବସ।
ଅଧିକ ପଢନ୍ତୁ ଭାରତ ଖବର