ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିବା ପୂର୍ବରୁ ବିମାନ ଉଡ଼ାଣର ସମୟ ଆଦି ଯାଞ୍ଚ କରି ନେବାକୁ ବିଭିନ୍ନ ଏୟାର୍ଲାଇନ୍ ସେମାନଙ୍କ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।
ଦୁଇ ଘଣ୍ଟା ଧରି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲେ। ଯଥାସମ୍ଭବ ଲୋକେ ଘରେ ରହିବା ଉତ୍ତମ। ବିଶେଷ ପରିସ୍ଥିତିରେ ନିରାପଦ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ, କିନ୍ତୁ କୌଣସି ଗଛମୂଳେ ଆଶ୍ରୟ ନିଅନ୍ତୁ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସଚେତନ କରାଯାଇଛି।
ଦିଲ୍ଲୀ, ନୋଇଡ଼ା ଏବଂ ଗାଜିଆବାଦର କେତେକ ପ୍ରାନ୍ତରେ ଭୀଷଣ ପବନ ଓ ବତାସ ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହା ଛଡା ହରିୟାଣା, ଉତ୍ତରାଖଣ୍ଡ ରେ ମଧ୍ୟ ବର୍ଷା ହୋଇଥିବା ସୂଚନା।