ବହି କିଣିବାକୁ ପାଖରେ ଅର୍ଥ ନ ଥିଲା। ବ୍ୟୟ ବହୂଳ କୋଚିଂ ତାଙ୍କ ପାଇଁ ସ୍ବପ୍ନ। ଆଉ ଏତିକି ବେଳେ, କୁଲି ବୃତ୍ତି କରି ଜୀବନ ନିର୍ବାହ କରୁଥିବା କେରଳର ଶ୍ରୀନାଥଙ୍କ ପାଇଁ, ଷ୍ଟେଶନରେ ଲାଗିଥିବା ଓ୍ବାଇଫାଇ ବରଦାନ ସାଜିଲା। ଏଇ ଷ୍ଟେଶନରେ ବସି ବସି ସେ ପାଠ ପଢିଲେ। ବୃତ୍ତିଗତ ପରିବର୍ତ୍ତନ ଆଶାରେ ୟୁପିଏସସି ଫମ ପୂରଣ ବି କଲେ। ଶେଷରେ ଇଶ୍ବରଙ୍କ କୃପା ଆଉ ତାଙ୍କ ପରିଶ୍ରମ ସଫଳତାର ପଥ ଦେଖାଇଲା।
ଶ୍ରୀନାଥ, କେରଳର ମୁନ୍ନରର ମୂଳ ବାସିନ୍ଦା । ୨୦୧୮ ରୁ ଦୀର୍ଘ ୫ ବର୍ଷ ହେଲାଣି କୁଲି କାମରେ ନିୟୋଜିତ ଥିଲେ । ଦିନକୁ ୪୦୦ ରୁ ୫୦୦ ଟଙ୍କା ରୋଜଗାରରେ ତାଙ୍କର ପରିବାର ଚାଳୁଥିଲା । ପିଲା ଦିନରୁ ଶ୍ରୀନାଥ ଜଣେ ମେଧାବୀ ଛାତ୍ର ଥିଲେ । ୟୁଟୁବରୁ ଆଇଏଏସ ଅନଲାଇନ ପରୀକ୍ଷାର କ୍ଲାସ ଦେଖିବା ପରେ ସ୍ମାର୍ଟ ଫୋନ୍ ପାଲଟି ଥିଲା ତାଙ୍କ ପ୍ରସ୍ତୁତିର ମାଧ୍ୟମ । ଷ୍ଟେସନରେ ଫ୍ରି ୱାଇଫାଇ ତାଙ୍କ ଜୀବନର ଗତିପଥ ବଦଳାଇଦେଲା।
ଆଇଏଏସ ହେବା ପରେ ନିଜ ପରିବାର ସହ ପୁରା ଗାଁକୁ ସେ ସଜାଡ଼ିବେ । ଗାଁର ଗରିବ ପିଲାଙ୍କୁ ପାଠ ପଢାରେ ସାହାର୍ଯ୍ୟ କରିବା ସହ ସେମାନଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ଶ୍ରୀନାଥ ।