ଏହି ରିଫାଇନାନ୍ସ ସୁବିଧା ଆନ୍ଧ୍ରପ୍ରଦେଶରେ ଥିବା ୩୫୦ ମେଗାୱାଟ ସୋଲାର ପ୍ରକଳ୍ପ ପାଇଁ ରହିଛି। ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଂଶୀଦାର କମ୍ପାନୀ ଆଦାନୀ ସୋଲାର୍ ଏନର୍ଜି AP ସିକ୍ସ ପ୍ରାଇଭେଟ୍ ଲିମିଟେଡ୍ ନିଜର ବର୍ତ୍ତମାନର ଋଣ ଉପରେ ଜାପାନିଜ୍ ୟେନରେ ରିଫାଇନାନ୍ସିଂ ସୁବିଧା ହାତେଇବାରେ ସଫଳ ହୋଇଛି। ଯାହା ଜାପାନିଜ୍ ୟେନରେ ୨୭,୯୫୪ ମିଲିୟନ। ଏହା ଆମେରିକୀୟ ଡଲାର ୨୦୦ ମିଲିୟନ ସହ ସମାନ। ଏହି ପ୍ରକଳ୍ପ ଋଣ ସୁବିଧାରେ ଏମୟୁଏଫଜି ବ୍ୟାଙ୍କ ଲିମିଟେଡ୍ ଏବଂ ମିତସୁଇ ବ୍ୟାଙ୍କିଂ କର୍ପୋରେସନର ସମାନ ସହଭାଗିତା ରହିଛି। ଏହି ରିଫାଇନାନ୍ସିଂ ସୁବିଧା ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ବିଭିନ୍ନ ପ୍ରକଳ୍ପ ସହ ବିଭିନ୍ନ ବ୍ୟାଙ୍କ ଗୁଡିକର ଥିବା ଦୀର୍ଘ ଅବଧି ବିଶିଷ୍ଟ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବ। ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ୍ ସିଇଓ କହିଛନ୍ତି, କମ୍ପାନୀ ପ୍ରତି ବ୍ୟାଙ୍କ ଗୁଡିକର ଥିବା ବିଶ୍ବାସନୀୟତା ଆଗାମୀ ଦିନରେ ଆହୁରି ଅଭିବୃଦ୍ଧିରେ ସହାୟକ ହେବ। ଏହି ରିଫାଇନାନ୍ସିଂରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏମୟୁଏଫଜି ବ୍ୟାଙ୍କ ଲିମିଟେଡ ଏବଂ ସୁମିଟୋମୋ ମିତସୁଇ ବ୍ୟାଙ୍କିଂ କର୍ପୋରେସନ। ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ୍ ହେଉଛି ରିନ୍ୟୁବଲ୍ ଏନର୍ଜି କ୍ଷେତ୍ରରେ ଦେଶରେ ଏକ ପ୍ରମୁଖ ସଂସ୍ଥା। ଯାହା ପାଖରେ ବିଶ୍ବର ସବୁଠୁ ଅଧିକ ରିନ୍ୟୁବଲ୍ ପୋର୍ଟଫୋଲିଓ ରହିଛି। ଏହାର ମୋଟ୍ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି ୨୦.୪ ଗିଗାୱାଟ୍।
ଅର୍ଥନୀତି ଖବର ଆହୁରି ପଢନ୍ତୁ