୨୦୨୬ ପୂର୍ବରୁ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରାଯିବା କ୍ଷେତ୍ରରେ ପ୍ରତିବନ୍ଧକ ଥିବା ଦର୍ଶାଇ ଶ୍ରୀନଗରବାସୀ ହାଜି ଅବ୍ଦୁଲ୍ ଗନି ଖାଁ ଏବଂ ମହମ୍ମଦ ଆୟୁବ ମାତ୍ତୋ ପୁନଃସଂରଚନା ବା ‘ଡିଲିମିଟେସନ୍’ର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍ କରିଥିଲେ । ଯାହାକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଗତବର୍ଷ ମେ ମାସରେ ‘ଡିଲିମିଟେସନ୍ ପାନେଲ୍’ ସମ୍ପୂର୍ଣ୍ଣ ହୋଇଥିଲା । ‘ଜମ୍ମୁ ଓ କଶ୍ମୀର ରିଅର୍ଗାନାଇଜେସନ୍ ଆକ୍ଟ୍’ ଅନୁଯାୟୀ ୯୦ଟି ବିଧାନସଭା ଓ ୫ଟି ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ପୁନଃସଂରଚନା କରାଯାଇଛି ।
ଜମ୍ମୁ ଓ କଶ୍ମୀର ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ବିରୋଧୀ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ଅର୍ଗସ ବ୍ୟୁରୋ : ଜମ୍ମୁ ଓ କଶ୍ମୀର ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ବିରୋଧୀ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ । ଫଳରେ ସେଠାରେ ବିଧାନସଭା ନିର୍ବାଚନ ପାଇଁ ରାସ୍ତା ପରିସ୍କାର ହୋଇଛି । ୨୦୧୯ରେ ସମ୍ବିଧାନର ଧାରା ୩୭୦ ଅନୁସାରେ ଥିବା ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରକୁ ଦୁଇଟି ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରେ ସେଠାକାର ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକୁ ପୁନଃଗଠନ କରିବା ମାଇଁ ଗଠିତ ‘ଡିଲିମିଟେସନ୍ କମିସନ୍’କୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ପିଟିସନ୍ ଫାଇଲ୍ କରାଯାଇଥିଲା ।
Download Argus News App
