ସପ୍ତାହରେ ୬୫୦-୬୫୦ ଉପରେ ଶୁଣାଣି ହେବ । ସିଜେଆଇ କହିଛନ୍ତି, ସୁପ୍ରିମକୋର୍ଟର ଫୁଲ କୋର୍ଟ ମିଟିଂରେ ଏହା ଉପରେ ଧ୍ୟାନ ଯାଇଛି ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କେସ ଟ୍ରାନ୍ସଫର ପାଇଁ ଦାବି କରୁଥିବା ୩୦୦୦ରୁ ଅଧିକ ଯାଚିକା ବିଚାରଧୀନ ରହିଛି । ଯଦି ପ୍ରତି ବେଞ୍ଚ ଏହିପରି ୧୦ଟି ଲେଖାଏଁ ମାମଲାର ଶୁଣାଣି କରନ୍ତି ତେବେ ସପ୍ତାହରେ ୬୫୦ ମାମଲାର ଶୁଣାଣି ହୋଇପାରିବ । ଏହିପରି ୫ ସପ୍ତାହ ଅର୍ଥାତ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ସବୁ ମାମଲାର ଶୁଣାଣି ହୋଇପାରିବ ।
ସୁପ୍ରିମକୋର୍ଟରେ ବିଚାରଧୀନ ମାମଲା ବୋଝ କମ କରିବା ପାଇଁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ଉଦ୍ୟମ

ଅର୍ଗସ ବ୍ୟୁରୋ : ସୁପ୍ରିମକୋର୍ଟରେ ବିଚାରଧୀନ ମାମଲା ବୋଝ କମ କରିବା ପାଇଁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ଉଦ୍ୟମ । ସିଜେଆଇ ଚନ୍ଦ୍ରଚୂଡ ପ୍ରାୟ ୭୦ ହଜାର ବିଚାରଧୀନ କେସକୁ ସାରିବା ପାଇଁ ସ୍ଥାୟୀ ଉପାୟ ବାହର କରିଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ସବୁ ବେଞ୍ଚରେ ପ୍ରତିଦିନ ୧୦-୧୦ ଜାମିନ ଯାଚିକା ଏବଂ ୧୦-୧୦ ଟ୍ରାନ୍ସଫର କେସ ଉପରେ ଶୁଣାଣି ହେବ । ଏହିପରି ସୁପ୍ରିମକୋର୍ଟରେ ପ୍ରତିଦିନ ଜାମିନ ଏବଂ କେସ ଟ୍ରାନ୍ସଫର ସହ ଜଡିତ ୧୩୦-୧୩୦ ମାମଲର ଶୁଣାଣି ହେବ ।
Download Argus News App
