ମାର୍ଚ୍ଚ 15ରେ କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ମୁସଲମାନ ବାଳିକାମାନଙ୍କ ପାଇଁ ହିଜାବ ଉପରେ ନିଷେଧାଦେଶ ଶୁଣାଇଥିଲେ । କର୍ଣ୍ଣାଟକ ସରକାର ଚଳିତ ବର୍ଷ ଫେବୃଆରୀ 5ରେ ସ୍କୁଲ ଏବଂ କଲେଜ ପରି ଶିକ୍ଷାନୁଷ୍ଠାନରେ ସମାନତା, ଅଖଣ୍ଡତା ଏବଂ ସାଧାରଣ ଶୃଙ୍ଖଳାକୁ ନଷ୍ଟ କରୁଥିବା ପୋଷାକ ପିନ୍ଧିବାକୁ ବାରଣ କରିଥିଲେ। କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପିଟିସନ ଦାଖଲ କରାଯାଇଛି ।
ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ରାଜ୍ୟ ସରକାର ଦେଇଥିବା ପ୍ରତିବନ୍ଧକକୁ ହଟାଇବାକୁ ହାଇକୋର୍ଟ ମନା କରିଦେଇଥିଲେ । ପରେ ମାମଲା ସୁପ୍ରିମକୋର୍ଟକୁ ପହଞ୍ଚିଲା । 10 ଦିନ ଶୁଣାଣି ପରେ ନିଜର ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହା ଉପରେ ଶୁଣାଣି କରି ବଡ଼ ନିଷ୍ପତ୍ତି ନେଇପାରନ୍ତି ସୁପ୍ରିମକୋର୍ଟ ।
ଭାରତ ଖବର ଆହୁରି ପଢ଼ନ୍ତୁ ।