ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଏସ ବୋପାନ୍ନାଙ୍କ ଦ୍ୱାରା ଗଠିତ ବେଞ୍ଚ କହିଛି ଯେ ଦେଶରେ ପ୍ରତ୍ୟେକ ଦିନ ଉତ୍ସବମାନ ପାଳନ କରାଯାଉଛି। ଉତ୍ସବ ପାଳନ କରିବା କିଛି ଖରାପ କଥା ନୁହେଁ କିନ୍ତୁ ଉତ୍ସବରେ ଯେଉଁ ଆତବାବାଜି ବ୍ୟବହାର କରାଯାଉଛି ତାହା ପିରିବେଶ ଏବଂ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ସମସ୍ୟା ଆସ୍ଥମା ରୋଗିମାନେ ଅଧିକ ଭୋଗୁଛନ୍ତି। ପିଲାମୋନେ ମଧ୍ୟ ଏଥିରେ ବହୁ ଭାବେ ପ୍ରଭାବିତ ହେଉଛନ୍ତି। ଏହି ପ୍ରଦୂଷଣ ଯୋଗୁଁ କିଛି ଲୋକ ଭିନ୍ନ ଭିନ୍ନ ରୋଗରେ ସଢୁଛନ୍ତି।
ବାଣ ଉତ୍ପାଦନକାରୀଙ୍କ ବିରୋଧରେ ଅବମାନନା ଆବେଦନ ଏବଂ ବାୟୁ ପ୍ରଦୂଷଣ ସହ ଜଡିତ ମାମଲା ଶୁଣାଣି କରୁଥିବାବେଳେ ସର୍ବୋଚ୍ଚ ଅଦାଲତ ଏହି ମନ୍ତବ୍ୟ ଦେଇଛନ୍ତି।