ଅଧିକ ପଢନ୍ତୁ ଭାରତ ଖବର
ସନାତନ ଉନ୍ମୁଳନ ସମ୍ମିଳନୀ ନାଁରେ ବିଭିନ୍ନ ସ୍ଥାନରେ ସଭା କରି ସନାତନ ବିରୋଧରେ ଯୁବ ସମାଜକୁ ପ୍ରବର୍ତ୍ତାଇଥିଲେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ । ଏହା ସାମ୍ନାକୁ ଆସିବା ପରେ ସାରା ଦେଶରେ ଦେଖାଦେଇଥିଲା ତୀବ୍ର ପ୍ରତିକ୍ରିୟା । ଏହାକୁ ବାକ୍ ସ୍ବାଧୀନତା କହି ପରେକ୍ଷେରେ ସମର୍ଥନ ଜଣାଇଥିଲା କଂଗ୍ରେସ । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କର ସନାତନ ବିରୋଧୀ ଚେହେରା ସାମ୍ନାକୁ ଆସିବା ପରେ ପ୍ରେସମିଟ୍ କରି ବିରୋଧୀଙ୍କୁ ଆଟାକ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ କଂଗ୍ରେସକୁ ପ୍ରଶ୍ନ କରିଥିଲେ ସନାତନକୁ ଗାଳିଦେବା କଣ ଅଭିବ୍ୟକ୍ତିର ଆଜାଦୀ ।
ଏପରିକି ସନାତନ ବିରୋଧରେ ବୟାନବାଜି କରୁଥିବା ନେତାଙ୍କୁ ମଧ୍ୟପ୍ରଦେଶ ଗସ୍ତ ବେଳେ ମୁହଁତୋଡ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପିଏମ କହିଥିଲେ ସମାଜକୁ ଭାଗଭାଗ କରିବାକୁ ଚାହୁଁଛନ୍ତି ବିରୋଧୀ । ସଂସ୍କୃତି ଉପରେ ଆକ୍ରମଣ କରିବା ସେମାନଙ୍କର ଉଦ୍ଦେଶ୍ୟ । ଏଥିପାଇଁ ସବୁ ସନାତନ ପ୍ରେମୀଙ୍କୁ ସତର୍କ ରହିବାକୁ ଆହ୍ବାନ ଦେଇଛନ୍ତି ମୋଦି । କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସବୁ ଦଳର ସନାତନ ବିରୋଧୀ ଚେହେରା ଧରାପଡ଼ିସାରିଛି । ଏବେ ଅପେକ୍ଷା ସୁପ୍ରିମକୋର୍ଟଙ୍କର ପରବର୍ତ୍ତୀ ନିର୍ଦ୍ଦେଶକୁ ।