ଅନ୍ୟପଟେ 2002 ଗୁଜୁରାଟ ଦଙ୍ଗା ଉପରେ ବିବିସି ଦ୍ବାରା ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀ ଭାରତରେ ସମ୍ପୂର୍ଣ୍ଣ ନିଷେଧାଦେଶ ଦାଖଲ କରିବାକୁ ଦାବି ହେଉଛି । ବିବିସିରେ ଭାରତ ଏବଂ ଭାରତ ସରକାରଙ୍କ ପ୍ରତି ପକ୍ଷପାତିତା ଅଭିଯୋଗ ଦର୍ଶାଯାଇଛି। ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ସଂଗଠନ ପକ୍ଷରୁ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ଦେଖିବାକୁ ମିଳିଛି ।
ଆଜି ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଆଜି ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ ଦାଖଲ ହୋଇଥିବା ଦୁଇଟି ଆବେଦନକୁ କୋର୍ଟ ଏକତ୍ର ଶୁଣାଣି କରିବେ। ଆବେଦନରେ ସରକାରଙ୍କ ଦ୍ବାରା ଡକ୍ୟୁମେଣ୍ଟାରୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଦାବି କରାଯାଇଛି।
Download Argus News App
